ଭବାନୀପାଟଣା: ରଥଟଣା ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ ଜଣାଇ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ବନ୍ଦ ରହିଥିଲା । ତେବେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ହୋଇନଥିଲେ ବି ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା ।
ମୁରୁଜ ରଥରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି - ମୁରୁଜ ରଥରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି
ଭବାନୀପାଟଣା ସହରର ଜଗନ୍ନାଥ ମନ୍ଦିରରେ ମୁରୁଜ ରଥରେ ପ୍ରଭୁଙ୍କୁ ବିଜେ କରାଇ ପାଳନ ହେଲା ରଥଯାତ୍ରା । ଅଧିକ ପଢ଼ନ୍ତୁ...
ଭବାନୀପାଟଣା ସହରର ଜଗନ୍ନାଥ ମନ୍ଦିରରେ ପହଣ୍ଡି ବିଜେ ପରେ ମନ୍ଦିର ବେଢାରେ ମୁରୁଜ ରଥ ଆଙ୍କି ଚତୁର୍ଦ୍ଧାମୂର୍ତିଙ୍କୁ ବେଢା ପରିକ୍ରମା କରାଯାଇଥିଲା । ଏହାପରେ ଆସ୍ଥାୟୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି କରାଯିବ ବୋଲି ମନ୍ଦିର ପୂଜକ ପ୍ରକାଶ କରିଛନ୍ତି । ସେହିପରି ହାତଗଣତି କିଛି ଭକ୍ତ ଓ ସେବାୟତଙ୍କ ଉପସ୍ଥିତିରେ ଠାକୁରଙ୍କ ନୀତିକାନ୍ତି ହୋଇଥିଲା। ପ୍ରଶାସନ ପକ୍ଷରୁ ମଧ୍ୟ ଜାରି ହୋଇଥିଲା ୧୪୪ ଧାରା। ଚଳିତ ବର୍ଷର ଏହି ଶ୍ରୀ ଗୁଣ୍ଡିଚା ଯାତ୍ରାରେ ପଥ ପ୍ରସ୍ତୁତ ଥିଲେହେଁ କଟକଣା ନେଇ ରଥ ନଥିଲା । କହିବାକୁ ଗଲେ ଭକ୍ତ ବିନା ଭଗବାନ ବି ବୋଧହୁଏ ରଥାରୂଢ଼ ହେବାକୁ ଚାହିଁ ନଥିଲେ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ