ଭବାନୀପାଟଣା:ଥୁଆମୂଳ ରାମପୁର ରାଜରାସ୍ତାରେ ଗଜରାଜଙ୍କ ରାଜ । କଳାହାଣ୍ଡି ଭବାନୀପାଟଣା ଥୁଆମୂଳ ରାମପୁର ରାଜରାସ୍ତାରେ ଏବେ ଗଜରାଜଙ୍କ ରାଜ (Elephant terror in Bhawanipatana) । ଫଳରେ ଅନେକ ସମୟରେ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ନିଯୁକ୍ତ ଥିବା ହାତୀ ସ୍କ୍ବାର୍ଡ଼ଙ୍କ ସମେତ ବନ କର୍ମଚାରୀଙ୍କ ଦେଖାନାହିଁ । ଫଳରେ ଏଠାରେ ଦୀର୍ଘ ୮ ଘଣ୍ଟା ଧରି ଯାତାୟାତ ଠପ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ କିଛି ଲୋକେ ହାତୀକୁ ଘଉଡ଼ାଇବା ପରେ ପୁଣି ଯାତାୟାତ ସ୍ବାଭାବିକ ହୋଇଥିଲା ।
ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ମଧ୍ୟ ଦେଇ ଯାଇଥିବା ଭବାନୀପାଟଣା ଥୁଆମୂଳ ରାମପୁର ରାସ୍ତାରେ ପ୍ରତ୍ୟେକ ଦିନ ଗଜରାଜଙ୍କ ରାଜ ଦେଖିବାକୁ ମିଳୁଛି । ଅନେକ ସମୟରେ ରାଜରାସ୍ତାରେ ଗଜରାଜ ଥିବା କାରଣରୁ ଲୋକେ ଭୟରେ ଏହି ରାସ୍ତା ଦେଇଯିବାକୁ ଡରୁଛନ୍ତି । ହାତୀକୁ ଘଉଡାଇବା ସହ ହାତୀ ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ହାତୀ ସ୍କ୍ବାର୍ଡ଼ଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଏହି ଟିମ ମଧ୍ୟ ସଠିକ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇ ପାରୁନାହିଁ । ଫଳରେ ଅନେକ ସମୟରେ ଗଜରାଜ ମଣିଷ ମୁହାଁମୁହିଁ ହେବାର ଦୃଶ୍ୟ ଦେଖିବାକୁ ମିଳୁଛି ।
ଏହା ବି ପଢନ୍ତୁ- କେନାଲ ପାଣି ନଛାଡିଲେ ଧର୍ମଗଡ ଚାଷୀଙ୍କ ଆନ୍ଦୋଳନ ଚେତାବନୀ