ଓଡିଶା

odisha

ETV Bharat / state

କଳାହାଣ୍ଡିରେ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ଭାଇ-ଭଉଣୀ - ରାକ୍ଷୀ ପୂର୍ଣ୍ଣିମା

କଳାହାଣ୍ଡିରେ ବଡ ଆନନ୍ଦ ଉଲ୍ଲାସରେ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Aug 15, 2019, 9:15 PM IST

କଳାହାଣ୍ଡି: ଭାଇ-ଭଉଣୀଙ୍କ ବନ୍ଧନର ପବିତ୍ର ପର୍ବ ରକ୍ଷାବନ୍ଧନ । ଭାଇ ଭଉଣୀ ସମ୍ପର୍କର ନିଆରା ପର୍ବରେ ଭାଇର ଶୁଭ ମନାସି ତା ହାତରେ ରାକ୍ଷୀ ବାନ୍ଧି ଦିଏ ଭଉଣୀ । ଆଉ ସାରା ଜୀବନ ସୁରକ୍ଷା ବଚନ ନେଇଥାଏ ଭାଇ । ତେବେ ଆଜି ରକ୍ଷାବନ୍ଧନ ସାରା ରାଜ୍ୟରେ ବଡ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି ଜିଲ୍ଲାରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଛି । ଭାଇର ମଙ୍ଗଳ ପାଇଁ ଭଉଣୀ ବାନ୍ଧିଛି ରାକ୍ଷୀ । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଉଭୟ ଭାଇ ଓ ଭଉଣୀ ମନରେ ଖୁସି ଓ ଆଖିରେ ଉତ୍ସାହ । ଆଜି ଗୋଟିଏ ଦିନରେ ସ୍ବାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା ପଡିଥିବାରୁ ଚାରିଆଡେ ଉତ୍ସବର ମାହୋଲ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details