ଭବାନୀପାଟଣା : ଓଡ଼ିଶାର ଭିନ୍ନ ଏକ ଗଣ ପର୍ବ ରଜ । ପହିଲି ରଜ, ରଜ ସଂକ୍ରାନ୍ତି ପରେ ଆଜି ଶେଷ ରଜ ପାଳୁଛନ୍ତି ଲୋକେ । ରଜର ଶେଷ ଦିନ ହୋଇଥିବାରୁ ଏହାକୁ ଧୁମଧାମରେ ପାଳିବା ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଗତକାଲି ରଜ ସଂକ୍ରାନ୍ତିରେ ଘରେ ଘରେ ପୋଡ଼ ପିଠା ଖାଇବା ସହ ସଜବାଜ ହୋଇ ରଜ ମଉଜ କରିଥିଲେ ସଭିଏଁ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ରଜର ଧୁମ୍ ଦେଖିବାକୁ ମିଳିଛି । ଗାଁ ଠୁ ସହର ସବୁଠି ଜମୁଛି ରଜ ମଉଜ।
ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ବା ଶେଷ ଦିନ । ଏହି ଦିନକୁ ପାଳିବା ପାଇଁ ଜିଲ୍ଲାର ପୁରପଲ୍ଲୀରେ ସଭିଏଁ ହୋଇଛନ୍ତି ଏକାକାର। ଭାଇ ଚାରାର ବାର୍ତ୍ତା ଦେଉଥିବା ଏହି କୃଷି ଭିତ୍ତିକ ଗଣପର୍ବ ପାଇଁ କଳାହାଣ୍ଡି ଜିଲ୍ଲା ବେଶ ଚଳଚଞ୍ଚଳ ।
କଳାହାଣ୍ଡିରେ ରଜ ମଉଜ - ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ
ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ । ପହିଲି ରଜ, ରଜ ସଂକ୍ରାନ୍ତି ପରେ ଆଜି ଶେଷ ରଜ ପାଳୁଛନ୍ତି ରାଜ୍ୟବାସୀ । ଶେଷ ରଜକୁ ଧୁମଧାମରେ ପାଳିବା ପାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର । ଅଧିକ ପଢନ୍ତୁ
କଳାହାଣ୍ଡିରେ ରଜ ମଉଜ
ଇଟିଭି ଭାରତ, କଳାହାଣ୍ଡି