ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପରିଷଦ ଆସନକୁ ରାଜନୈତିକ ବେଶ ସରଗରମ ହୋଇଥିଲା । ନିର୍ବାଚନ ଫଳାଫଳ ପରେ ମଦନପୁର ରାମପୁର ବ୍ଲକ ଏକ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ବିଜୟ ହେବା ସହ ଜିଲ୍ଲାର ୩୩ ଟି ଆସନକୁ ଦଖଲ କରିଥିଲା ବିଜେଡି ।
ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ପୁଷ୍ପେନ୍ଦ୍ର ସିଂହଦେଓ । ବୁଧବାର ବିଧିବଦ୍ଧ ଭାବରେ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାବେଳେ ଜିଲ୍ଲାର ଅନେକ ବୁଦ୍ଧିଜୀବୀ, ବିଜେଡି କର୍ମୀ ସମେତ ସାମ୍ବାଦିକ ପୁଷ୍ପେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।