ଓଡିଶା

odisha

ETV Bharat / state

ଧୁମଧାମରେ ପାଳିତ ହେଲା ପୁଷପୁନି ପର୍ବ - ପଶ୍ଚିମ ଓଡ଼ିଶାର ଅନ୍ୟତମ ଗଣ ପର୍ବ ପୁଷ ପୁନି ପର୍ବ

ପଶ୍ଚିମ ଓଡ଼ିଶାର ଅନ୍ୟତମ ଗଣପର୍ବ ପୁଷ ପୁନି ପର୍ବ । ଆଧୁନିକତାର ଚାକଚକ୍ୟରେ ମଧ୍ୟ ଗ୍ରାମାଞ୍ଚଲରେ ପୁଷପୁନି ପର୍ବ ପରମ୍ପରା ବଜାୟ ରହିଛି । ପୁଷପୁନି ତିହାରରେ ଛୋଟ ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ପ୍ରତ୍ୟେକ ଘରେ ଘରେ ପହଞ୍ଚି ଛେର୍ ଛେରା ମାଗୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

pusha puni festival
pusha puni festival

By

Published : Jan 6, 2023, 10:09 PM IST

pusha puni festival

ଭବାନୀପାଟଣା:ଜିଲ୍ଲାରେ ଧୁମଧାମରେ ପାଳିତ ହେଲା ପୁଷ ପୁନି ପର୍ବ । କଳାହାଣ୍ଡି ଜିଲ୍ଲା ଗାଁ ଗଣ୍ଡାରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ଗଣପର୍ବ ପୁଷ ପୁନି ପାଇଁ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଲିଛି । ଗାଁ ଗହଳିରେ ଆଜି ଭୋର ସକାଳରୁ ଶୁଭୁଥିଲା କୁନି କୁନି ପିଲାମାନଙ୍କ ଛେର ଛେରା ଛେରାଇ ଘରର ବୁଢୀ କାହିଁ ଗଲା । ଆଧୁନିକତାର ଚାକଚକ୍ୟରେ ମଧ୍ୟ ଗ୍ରାମାଞ୍ଚଳରେ ପୁଷପୁନି ପର୍ବ ପରମ୍ପରା ବଜାୟ ରହିଛି । ସକାଳୁ ସକାଳୁ ଗାଁର ଛୋଟ ଛୋଟ ଛୁଆ ମାନେ ଘର ଘର ବୁଲି ‘ଛେର ଛେରା’ ମାଗୁଥିଲେ । ପୁଷ ପୁନି ଦିନଘରେ ଘରେ କ୍ଷୀରି ପୁରୀ ପିଠାପଣା ସହ ବିଶେଷ କରି ମଣ୍ଡା ପିଠାର ବାସ୍ନାରେ ଚହଟି ଉଠିଥିଲା ଗାଁ ଦାଣ୍ଡ।

ଲୋକଙ୍କ ପିଠାପଣା ସହିତ ଭୋଜିଭାତର ଆସର ମଧ୍ୟ ଜମିବା ଦେଖିବାକୁ ମିଳିଛି । ଜିଲ୍ଲାର କୋଣ ଅନୁକୋଣରୁରେ ପୁଷପୁନିରେ ଭୋଜି ଭାତର ଆସର ଦେଖିବାକୁ ମିଳିଥିଲା । ପଶ୍ଚିମ ଓଡିଶାର ମହାନ ପର୍ବ ଛେର ଛେରା ପୁଷ ପୁନି କୃଷି ଭିତ୍ତିକ ପର୍ବ ହୋଇଥିବା ବେଳେ ଏହି ପର୍ବ ଲୋକଙ୍କ ମଧ୍ୟରେ ଭାଇଚାରା, ବନ୍ଧୁତା ଓ ଏକତାର ଏକ ନିଦର୍ଶନ ।

ଚାଷୀ ନିଜର ଉପାର୍ଜିତ ଶସ୍ୟକୁ ଘରକୁ ଆଣି ସାରିଥାଏ । ଅନ୍ୟ ପକ୍ଷେ ଚାଷୀ ଘରେ କାମ କରୁଥିବା ଶ୍ରମିକ ମାନେ ଏହି ଦିନଠୁ ମୁକ୍ତି ପାଇଥାନ୍ତି ଅର୍ଥାତ ପୁର୍ନବାର ଆଗାମୀ ବର୍ଷ କାମ କରିବା ପାଇଁ ଗୋଟିଏ ପ୍ରକାର ଚୁକ୍ତି ହୋଇଥାଏ । ଏହି ଦିନ ପରସ୍ପର ମଧ୍ୟରେ ଛେର ଛେରା ମାଧ୍ୟମରେ ପଶ୍ଚିମ ଓଡିଶା ରେ ଚାଷୀ ମାନେ ପୌଷ ପୂର୍ଣ୍ଣିମା ଅର୍ଥାତ ପୁଷ ପୁନି କୁ ନୂଆବର୍ଷ ଭାବେ ପାଲନ କରିଥାନ୍ତି । କିନ୍ତୁ ଏହି ନିଆରା ପରମ୍ପରା ବିଲୁପ୍ତ ହେବା ରେ ବସିଛି । ତଥାପି ଗ୍ରାମାଞ୍ଚଳ ରେ ପୁଷପୁନି ପର୍ବ କୁ ବେଶ ଉଲ୍ଲାସ ଓ ଉଦ୍ଦିପନା ସହ ପାଳନ କରାଯାଇଛି । ପୁଷପୁନି ତିହାରରେ ଛୋଟ ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ପ୍ରତ୍ୟେକ ଘରେ ଘରେ ପହଞ୍ଚି ଛେର୍ ଛେରା ମାଗୁଥିବା ଦେଖିବାକୁ ମିଳିଛି।

ଏନେଇ ଅଧ୍ୟାପକ ସତ୍ୟନାରାୟଣ ମୁଣ୍ଡଚିନା କହିଛନ୍ତି, "କେବଳ କଳାହାଣ୍ଡି ନୁହେଁ ସମଗ୍ର ପଶ୍ଚିମ ଓଡିଶାରେ ଛେର ଛେରା ହେଉଛି ଆମର ଏକ ପାରମ୍ପରିକ ପର୍ବ। ଏହି ପର୍ବରେ ଆମେ ଧାନ ଅମଳ ସାରିବା ପରେ ଆମର ହଳିଆ ମାଲିକ ସବୁ ମିଶିକି ଭୋଜି କରି ଖାଉ। ଏଥିସହ ଗାଁ ର ଘରେ ଘରେ ମଣ୍ଡା ପିଠା ପ୍ରସ୍ତୁତ ହୁଏ। ସେହି ପିଠା ସହିତ ଆମର ଛୋଟ ଛୁଆ ମାନେ ବାଡି ଧରି ଛେର ଛେରା ପର୍ବ କରିଥାନ୍ତି । ଏହି ପର୍ବ ଯୋଗୁଁ ଗ୍ରାମର ପ୍ରତି ଘର ସହ ଭାଇଚାରା ସମ୍ପର୍କ ଗଢି ଉଠିଥାଏ ।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details