ଭବାନୀପାଟଣା: ଆସିଛି ପାର୍ବଣ ଋତୁ । ଧରାବତରଣ କରିବେ ଜଗତ ଜନନୀ ମା' ଦୁର୍ଗା । ଏନେଇ ଚାରିଆଡେ ଆରମ୍ଭ ହେଲାଣି ଉତ୍ସବର ମାହୋଲ । ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର । ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମେଢ ସାଙ୍ଗକୁ ସୁସଜ୍ଜିତ ଆଲୋକ ମାଳାରେ ଝଲସି ଉଠୁଛି ଭବାନୀପାଟଣା ସହର । ଏଥି ସହ ଚଳିତ ବର୍ଷ ନକଟିଗୁଡା ପୂଜା କମିଟି ପକ୍ଷରୁ ପ୍ରଦର୍ଶିତ ହେବ ଦାଣ୍ଡି ଯାତ୍ରା ।
ତେବେ ଚଳିତ ବର୍ଷ ଭବାନୀପାଟଣା ସହର ର ବିବିସି ପଡା ପୂଜା କମିଟି,ଜନତା ପୂଜା କମିଟି, ପ୍ରଦେଶୀପଡା ପୂଜା କମିଟି ଓ ନକଟିଗୁଡା ପୂଜା କମିଟି ଭଳି ଛୋଟ ବଡ ୧୦ ଟି ପୂଜା ମେଢକୁ ନେଇ ପୂଜା କମିଟି ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହା ଛଡା ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ବିଭିନ୍ନ ମୂର୍ତ୍ତିମାନ ତିଆରି ହୋଇଛି ଏଥିସହ ସୁସଜ୍ଜିତ ଆଲୋକ ମାଳାରେ ଝଲସି ଉଠୁଛି ସାରା ଭବାନୀପାଟଣା ସହର । ଏସବୁ ଭିତରେ ଶ୍ରଦ୍ଧାଳୁ ଓ ଦର୍ଶକ ମାନଙ୍କ ପାଇଁ ମୀନା ବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମର ମଧ୍ୟ ଆୟୋଜନ କରାଯାଇଛି ।