ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା । ଲଗାଣ ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସେପଟେ ଇନ୍ଦ୍ରାବତୀ ସବ ମାଇନର କେନାଲରୁ ଜୟପାଟଣା ବ୍ଲକ ଜୋରଖଣ୍ଡି ଗ୍ରାମର ଲୋକଙ୍କ ଘରେ ପଶିଲା ପାଣି । ଭୋକ ଉପାସରେ ଲୋକେ ରହିଥିବା ବେଳେ ପ୍ରଶାସନ ଦୃଷ୍ଟି ଦେଉ ନଥିବା ଅଭିଯୋଗ ।
ପ୍ରବଳ ବର୍ଷା ଯୋଗୁଁ ଘରେ ପଶିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ - continue raining in kalahandi district
ଗତ ରାତିରୁ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ସବ ମାଇନର କେନାଲରୁ ପାଣି ନିଷ୍କାସିତ ହୋଇ ନପାରି ଜୟପାଟଣା ବ୍ଲକ ଜୋରଖଣ୍ଡି ଗ୍ରାମର ଲୋକଙ୍କ ଘରେ ପଶିଲା ପାଣି । ଅଧିକ ପଢ଼ନ୍ତୁ
ଗତ ରାତିରୁ କଳାହାଣ୍ଡି ଜିଲ୍ଲାରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଜିଲ୍ଲାରେ ୨୦୦ ମିଲିମିଟର ବର୍ଷା ହୋଇଥିବା ବେଳେ ଜୟପାଟଣା ବ୍ଲକରେ ସର୍ବାଧିକ ୧୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ସବ ମାଇନର କେନାଲରୁ ପାଣି ନିଷ୍କାସିତ ହୋଇ ନପାରି କେନାଲ ପାଣି ଗ୍ରାମ ଭିତରକୁ ମାଡ଼ିଯାଇଥିଲା । ଫଳରେ ଗାଁ ଦାଣ୍ଡରେ ଆଣ୍ଠୁଏ ଲେଖାଏଁ ବର୍ଷା ପାଣି ଚାଲୁଥିବା ବେଳେ ଲୋକଙ୍କ ଘର ଭିତରେ ବର୍ଷା ପାଶି ଯାଇଥିବା ଦେଖିବାକୁ ମିଳିଛି । ବର୍ଷା ଲାଗି ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଜୋରଖଣ୍ଡି ଗ୍ରାମରେ ଲୋକଙ୍କ ଘରେ ଚୁଲି ଜଳି ପାରୁନଥିବା ବେଳେ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ, କଳାହାଣ୍ଡି