କଳାହାଣ୍ଡି: ଜିଲ୍ଲା ସଦର ବ୍ଲକ ମାଣିଙ୍ଗରୁ ଦେପୁର ଯାଏଁ ପୂର୍ତ୍ତ ବିଭାଗ ପକ୍ଷରୁ ଦୀର୍ଘଦିନ ହେବ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ରାସ୍ତା ଏବେ ଶୋଚନୀୟ ହୋଇପଡିଛି । ସ୍ଥାନୀୟ ଲୋକଙ୍କ ବାରମ୍ବାର ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ । ଯାହାକୁ ନେଇ ବୁଧବାର ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ମାଣିଙ୍ଗରୁ ଦେପୁର ଯାଏଁ ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ଶହ ଶହ ଭାରିଯାନ ଯାତାୟାତ କରୁଛି । ଯେଉଁଥିପାଇଁ ଦିନକୁ ଦିନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି । ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ନେଇଥିବା ସଂସ୍ଥା ତୁରନ୍ତ କାମ ଆରମ୍ଭ କରିବା ସହ ଡିସ୍ପଲେ ବୋର୍ଡ ଲଗାଯାଉ ବୋଲି ଦାବି କରିଛନ୍ତି ଲୋକେ ।