ଓଡିଶା

odisha

ETV Bharat / state

ମିଳିଲା ପ୍ରତିଶୃତି, ଆନ୍ଦୋଳନରୁ ଓହରିଲେ ଭବାନୀପାଟଣା ବିସ୍ଥାପିତ ବ୍ୟବସାୟୀ - ପ୍ରତ୍ୟାହୃତ ହୋଇଛି ଆନ୍ଦୋଳନ

ମିଳିଲା ପ୍ରତିଶୃତି । ଦୀର୍ଘ ଦିନର ଧାରଣା ପରେ ଗତକାଲି ଆନ୍ଦୋଳନ ପ୍ରତ୍ୟାହୃତ କଲେ ବିସ୍ଥାପିତ ବ୍ୟବସାୟୀ । ଅଧିକ ପଢ଼ନ୍ତୁ

Protest called off in Bhabanipatana
ଧାରଣାରୁ ଉଠିଲେ ଭବାନୀପାଟଣା ବିସ୍ଥାପିତ ବ୍ୟବସାୟୀ

By

Published : Jan 1, 2023, 9:46 AM IST

ଧାରଣାରୁ ଉଠିଲେ ଭବାନୀପାଟଣା ବିସ୍ଥାପିତ ବ୍ୟବସାୟୀ

ଭବାନୀପାଟଣା:ମିଳିଲା ପ୍ରତିଶୃତି । ଆନ୍ଦୋଳନରୁ ଓହରିଲେ ବିସ୍ଥାପିତ ବ୍ୟବସାୟୀ । ନିଜର ହକ୍ ଓ ଅଧିକାର ପାଇଁ ଦୀର୍ଘ ୪୭ ଦିନ ଧରି ରାଜରାସ୍ତାରେ ଧାରଣାରେ ବସିଥିଲେ ବିସ୍ଥାପିତ ବ୍ୟବସାୟୀ । ଛୋଟ ଛୋଟ ବ୍ୟସାୟ କରି ପରିବାର ପ୍ରତିପୋଷଣ କରୁଥିବା ବିସ୍ଥାପିତମାନଙ୍କୁ ଭୂଆଁ ବୁଲାଇ ଦେଇଥିଲା ପୌରବିଭାଗ । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଥିଲେ ବିସ୍ଥାପିତ ବ୍ୟବସାୟୀ । ଗତକାଲି ପୌରବିଭାଗ ପକ୍ଷରୁ ସମସ୍ତ ଦୋକାନୀଙ୍କୁ ଦୋକାନ ଗୃହ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛନ୍ତି ବ୍ୟବସାୟୀ ।

ସୂଚନାନୁସାରେ ଗତ ୨୦୧୫ ମସିହାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତା କଡରେ ଥିବା ଅନେକ ଦୋକାନୀଙ୍କ ଦୋକାନ ଭାଙ୍ଗିବା ସହ ବିସ୍ଥାପିତ କରିଥିଲା ଜିଲ୍ଲା ପ୍ରଶାସନ । ଯଥାଶୀଘ୍ର ଦୋକାନ ଗୃହ ନିର୍ମାଣ କରି ପ୍ରତ୍ୟେକ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା ।

ଯେଉଁଥି ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନ ମାନଙ୍କରେ ମାର୍କେଟ କମ୍ପ୍ଲେକ୍ସମାନ ନିର୍ମାଣ ମଧ୍ୟ ହୋଇଛି। ହେଲେ ବିସ୍ଥାପିତ ହେବାର ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ଦିଗରେ ପୌର ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିଲା। ଶେଷରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବିସ୍ଥାପିତ ବ୍ୟବସାୟୀ ।

ଏହାମଧ୍ୟ ପଢ଼ନ୍ତୁ. ୨୩ ଦିନ ଧରି ଆମରଣ ଅନଶନରେ ବିସ୍ଥାପିତ ବ୍ୟବସାୟୀ

ଏହାକୁ ନେଇ ସହରର ଶତାଧିକ ବିସ୍ଥାପିତ ବ୍ୟବସାୟୀ ଏକତ୍ରିତ ହୋଇ ଦୀର୍ଘ ୪୭ ଦିନ ଧରି ଅହରାତ୍ର ଧାରଣାରେ ଦେଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ କିମ୍ବା ନଗର ନିଗମ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ସେବେ ଠାରୁ ସମସ୍ତ ହିତାଧିକାରୀଙ୍କୁ 7 ବର୍ଷର କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ, ଦୋକାନ ହରାଇଥିବା ସମସ୍ତ ହିତାଧିକାରୀମାନଙ୍କୁ ତାଙ୍କର ପୂର୍ବ ସ୍ଥାନରେ ଥଇଥାନ, ଦୋକାନ ଗୃହର ସର୍ବନିମ୍ନ ହାରରେ ଅଂଶଧନ ଜମା କରିବା ପାଇଁ ବ୍ୟବସ୍ଥା କରିବା ଆଦି ଦାବି ନେଇ 7 ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି ।

ଏ ସମ୍ପର୍କରେ ବିସ୍ଥାପିତ ବ୍ୟବସାୟୀ ସଂଘ ସଭାପତି ରୋହିତ ଦୁର୍ଗା କହିଛନ୍ତି ''ଭବାନୀପାଟଣା ସହରରେ ଯେତେ ବିସ୍ଥାପିତ ବ୍ୟବସାୟୀ ଅଛନ୍ତି ସମସ୍ତଙ୍କୁ ଥଇଥାନ କରିବା ପାଇଁ 47 ଦିନ ହେଲା ମ୍ୟୁନସିପାଲିଟି ସମ୍ମୁଖରେ ଧାରଣାରେ ବସିଥିଲୁ । ଏନେଇ ଅନେକ ଆଲୋଚନା ହୋଇଥିଲା । କୌଣସି ଫଳ ମିଳୁନଥିଲା । ଆମ ଗୁହାରି କେହି ଶୁଣୁନଥିଲେ । କି ଆମ ପାଖକୁ କେହି ଆସୁନଥିଲେ । ଏନେଇ ଆମେ ପ୍ରଶାସନ ସହ ମଧ୍ୟ ବହୁବାର ଆଲୋଚନା କରିଥିଲୁ । ହେଲେ ସେଠି କହିଥିଲେ ବ୍ୟବସାୟୀଙ୍କୁ ଦୋକାନ ଦିଆଯିବ । ତେବେ ଏଥିପାଇଁ କୌଣସି ଲିଖିତ ଆକାରରେ ଆମେ ଦେଇ ପାରିବୁନି ବୋଲି ସେତେବେଳେ କହିଥିଲେ। ହେଲେ ପୌର ବିଭାଗ ପକ୍ଷରୁ ସମସ୍ତ ଦୋକାନୀଙ୍କୁ ଦୋକାନ ଗୃହ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ମିଳିଛି । ଯାହା ଆମ ପାଇଁ ବଡ଼ ଖୁସିର ଖବର ।''

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details