ଓଡିଶା

odisha

ETV Bharat / state

ଲାଞ୍ଚ ନେଇ ଚାକିରି ଦେଉଥିଲେ ପ୍ରିନ୍ସପାଲ, ବାନ୍ଧିଲା ଭିଜିଲାନ୍ସ - kalahandi vigilance while taking bribe

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ଖିତିଶ ଭୂଷଣ ବିଶ୍ୱାଳ । ଚୌକିଦାର କାର୍ଯ୍ୟରେ ଯୋଗଦାନ ପାଇଁ 40 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ସେ ଧରା ପଡିଛନ୍ତି । ଅଧିକ ପଢନ୍ତୁ...

ଲାଞ୍ଚ ନେଇ ଚାକିରି ଦେଲା ବେଳେ ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ
ଲାଞ୍ଚ ନେଇ ଚାକିରି ଦେଲା ବେଳେ ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ

By

Published : Feb 19, 2021, 6:26 AM IST

ଭବାନୀପାଟଣା: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ଖିତିଶ ଭୁଷଣ ବିଶ୍ୱାଳ । ଚୌକିଦାର କାର୍ଯ୍ୟରେ ଯୋଗଦାନ ପାଇଁ 40 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ସେ ଧରା ପଡିଛନ୍ତି ।

ଲାଞ୍ଚ ନେଇ ଚାକିରି ଦେଲା ବେଳେ ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ

ସୂଚନା ଅନୁଯାୟୀ, ଅଭିଯୋଗକାରୀ ଗଙ୍ଗାଧର ବାଗ ସ୍କୁଲ ଜଗୁଆଳି ଭାବେ ନିଯୁକ୍ତି ପାଇଥିଲେ ହେଁ କାର କିଣିବା ପାଇଁ ପ୍ରିନ୍ସିପାଲ ଖିତିସ କୁମାର ବିଶ୍ୱାଳ ତାଙ୍କୁ ୪୦ ହଜାର ଟଙ୍କା ଦାବି କରିଥିଲେ । ଫଳରେ ଗଙ୍ଗାଧର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଆଜି ଭିଜିଲାନ୍ସ ବିଭାଗ ପୂର୍ବ ପ୍ରସ୍ତୁତି ଅନୁଯାୟୀ, ପ୍ରିନ୍ସପାଲ ଲାଞ୍ଚ ନେଉଥିବା ସମୟରେ ଚଢ଼ାଉ କରିଥିଲା । ପ୍ରିନ୍ସପାଲଙ୍କ ନିକଟରୁ ରଙ୍ଗ ବୋଳା ଟଙ୍କା ଟଙ୍କା ଜବତ କରିବା ସହ ପ୍ରିନ୍ସପାଲଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରୀ ରଖିଥିବା ଭିଜିଲାନ୍ସ ଅଧିକାରୀ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details