ଓଡିଶା

odisha

ETV Bharat / state

ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର ଘଟଣା, ପ୍ରଧାନ ଶିକ୍ଷକ ନିଲମ୍ବିତ - କଳାହାଣ୍ଡି ଜିଲ୍ଲା ମସ୍କା ପଦର ପ୍ରାଥମିକ ବିଦ୍ୟାଳୟ

ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । କଳାହାଣ୍ଡି ଜିଲ୍ଲା ମସ୍କା ପଦର ପ୍ରାଥମିକ ବିଦ୍ୟାଳୟକୁ ବିଭିନ୍ନ କାମ ପାଇଁ ଆସିଥିବା ଅର୍ଥ ଓ ମଧ୍ୟାହ୍ନ ଭୋଜନ ବାବଦକୁ ଆସିଥିବା ଅର୍ଥ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ଗ୍ରାମବାସୀ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଥିଲେ । ପରେ ଶିକ୍ଷା ବିଭାଗ ଘଟଣାର ତଦନ୍ତ କରି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକ ପଢନ୍ତୁ

ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର ଘଟଣା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ
ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର ଘଟଣା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

By

Published : Sep 4, 2022, 8:58 AM IST

ଭବାନୀପାଟଣା:ମହଙ୍ଗା ପଡିଲା ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଅର୍ଥକୁ ହଡପ କରିବା । ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । କଳାହାଣ୍ଡି ଜିଲ୍ଲା ମସ୍କା ପଦର ପ୍ରାଥମିକ ବିଦ୍ୟାଳୟକୁ ବିଭିନ୍ନ କାମ ପାଇଁ ଆସିଥିବା ଅର୍ଥ ଓ ମଧ୍ୟାହ୍ନ ଭୋଜନ ବାବଦକୁ ଆସିଥିବା ଅର୍ଥ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ଗ୍ରାମବାସୀ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଏନେଇ ବ୍ଳକ ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ପରେ ବିଭାଗୀୟ ଅଧିକାରୀ ସ୍କୁଲରେ ପହଞ୍ଚି ତଦନ୍ତ କରିଥିଲେ । ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାବି ପଢନ୍ତୁ:ମାଆ ବଦଳରେ ସ୍କୁଲରେ ଝିଅ ପଢ଼ାଇବା ଘଟଣା, ରିପୋର୍ଟ ତଲବ କଲେ DEO

ସୂଚନା ଅନୁଯାୟୀ ମସ୍କା ପଦର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି । ମୋଟ ୫୮ ଜଣ ଛାତ୍ରଛାତ୍ରୀ ଏଠାରେ ପାଠ ପଢନ୍ତି । ପ୍ରଧାନ ଶିକ୍ଷକ ସ୍କୁଲର ବିଭିନ୍ନ କାମ ପାଇଁ ଆସିଥିବା ୩୭.୭୦୦ଟଙ୍କା ମଧ୍ୟରୁ ୨୮ ହଜାର ୭୦୦ ଟଙ୍କା ଖର୍ଚ୍ଚ ଦେଖାଇଥିବା ବେଳେ ଆଉ ୯୦୦୦ ହଜାର ଟଙ୍କା ରହିଛି । କିନ୍ତୁ ୨୮ ହଜାର ୭୦୦ ଟଙ୍କା ଖର୍ଚ୍ଚ ହେଉଥିବା ବିଲରେ କୌଣସି ସତ୍ୟତା ନ ଥିବା ନେଇ ଗ୍ରାମବାସୀ ଓ ସ୍କୁଲ କମିଟି ପକ୍ଷରୁ ଅଭିଯୋଗ ହୋଇଥିଲା ।

ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଗତ ୨୬ ତାରିଖରେ ସ୍କୁଲକୁ ୫ କୁଇଣ୍ଟାଲ ଚାଉଳ ଆସିଥିବା ବେଳେ ସ୍କୁଲ ପରିଚାଳନା କମିଟିକୁ ନ ଜଣାଇ ସେଥିରୁ ୩ କୁଇଣ୍ଟାଲ ଚାଉଳକୁ ପ୍ରଧାନ ଶିକ୍ଷକ ଜଣକ ନିଜ ଘରକୁ ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ଶନିବାର ବ୍ଲକ ଶିକ୍ଷା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ସ୍କୁଲକୁ ଯାଇ ତଦନ୍ତ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ପରେ ପ୍ରଧାନ ଶିକ୍ଷକ ପୂର୍ଣ ଚନ୍ଦ୍ର ନାୟକଙ୍କୁ ନିଜ ଦୋଷ ସ୍ବୀକାର କରିଥିବା ବେଳେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସଞ୍ଜୀବ ନାଏକ ।

ଇଟିଭି ଭାରତ, କଳାହାଣ୍ତି

ABOUT THE AUTHOR

...view details