ଓଡିଶା

odisha

By

Published : Jan 1, 2022, 9:18 AM IST

ETV Bharat / state

ଖୁବଶୀଘ୍ର କଳାହାଣ୍ଡିରେ ରେଳ ସମ୍ପ୍ରସାରଣ, ସମ୍ୟକ ସୂଚନା ଦେଲେ ସାଂସଦ

କଳାହାଣ୍ଡିରେ ରେଳ ସମ୍ପ୍ରସାରଣ ନେଇ ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ତିଆରି ନିମନ୍ତେ କେନ୍ଦ୍ର ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

press meet regarding of railway project in kalahandi
ରେଳ ସମ୍ପ୍ରସାରଣ ନେଇ ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି: ରେଳ ସମ୍ପ୍ରସାରଣ ନେଇ ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ତିଆରି ନିମନ୍ତେ କେନ୍ଦ୍ର ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି । ଅନେକ ଦିନ ଧରି ଜୁନାଗଡ଼-ଲାଞ୍ଜିଗଡ଼ ରେଳପଥକୁ ଜୁନାଗଡ଼ରୁ ଧର୍ମଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ତେବେ ଉକ୍ତ ପ୍ରସଙ୍ଗରେ ଶୂନ୍ୟକାଳରେ ଉତଥାପନ ହୋଇଛି ।

ରେଳ ସମ୍ପ୍ରସାରଣ ନେଇ ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ।

ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ନେଇ ସାଂସଦ ବସନ୍ତ ପଣ୍ଡା ଧର୍ମଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ କରି ରେଳ ମନ୍ତ୍ରାଳୟ ଜୁନାଗଡ଼ ଜୟପୁର ଭାୟା ଧର୍ମଗଡ଼ ରେଳ ପ୍ରକଳ୍ପ ସର୍ଭେ ତଥା ସାଇଡ୍ ସିଲେକ୍ସନ ପାଇଁ ପ୍ରାଥମିକ ଭାବେ ଟଙ୍କା ଅନୁମୋଦନ କରାଯାଇଥିବା କଳାହାଣ୍ଡି ସାଂସଦ ପ୍ରକାଶ କରିଛନ୍ତି । କେସିଙ୍ଗାରେ ୩୨୪.୦୯ କୋଟି ଟଙ୍କା ବ୍ୟୟରେ ଏକ ୪ ଥାକିଆ ରେଳ ଓଭରବ୍ରିଜ୍ ପାଇଁ ସବୁଜ ସଙ୍କେତ ଦେଇଥିଲେ । ଏଥିସହ ଖରିଆର ରୋଡ୍‌ରେ ୧୫୪.୪୯ କୋଟି ଟଙ୍କା ବ୍ୟୟରେ ରେଳ ଓଭରବ୍ରିଜ୍‌ ୨.୯୫ ନିର୍ମାଣ ପାଇଁ ବିଭାଗ ମଞ୍ଜୁରୀ ଦେଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଥିବା ସାଂସଦ ସୂଚନା ଦେଇଛନ୍ତି।

କଳାହାଣ୍ଡିରେ ନିର୍ମାଣ ହେବାକୁ ଥିବା ରେଳ ଇଞ୍ଜିନ୍ ମରାମତି କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ରେଳମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏଥିସହ କଳାହାଣ୍ଡି ଜିଲ୍ଲାରେ ୭ଶହରୁ ଅଧିକ ଗାଁରେ ମୋବାଇଲ ଟାୱାର ନିର୍ମାଣ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସାଂସଦ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details