ଭାବାନୀପାଟଣା:ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ କଳାହାଣ୍ଡିର ପିପୁଲସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିକୁ ନେଇ ଏବେ ଚାରିଆଡେ ପ୍ରତିବାଦର ସ୍ବର ଉଠିବାରେ ଲାଗିଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୀଡ଼ିତାକୁ ନ୍ୟାୟ ପ୍ରଦାନ ସହ ସ୍କୁଲ ବିରୋଧରେ ଆସୁଥିବା ଅଭିଯୋଗର ମଧ୍ୟ ନିରପେକ୍ଷ ତଦନ୍ତ ଦାବି କିରଛି କମିଟି ।
‘ମହାଲିଙ୍ଗ କଲେଜକୁ ନେଇ ଆପତ୍ତିଜନକ ଖବର ପ୍ରସାରଣ ଛାତ୍ରଛାତ୍ରୀଙ୍କ ଉପରେ ପକାଉଛି ପ୍ରଭାବ’ - mamita murder case
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପ୍ରେସମିଟ କଲା କଳାହାଣ୍ଡିର ପିପୁଲସ କମିଟି । ସେକ୍ସ ରାକେଟ ଚାଲିିଥିବା ଖବର ପ୍ରସାରଣ ହଜାର ହଜାର ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଉଥିବା ଅଭିଯୋଗ । ଅଧିକ ପଢନ୍ତୁ...
ସେହିପରି ମହାଲିଙ୍ଗ କଲେଜ ଓ ସ୍କୁଲରେ ସେକ୍ସ ରାକେଟ ଚାଲିଥିବା ନେଇ ହେଉଥିବା ଚର୍ଚ୍ଚାର ନିରପେକ୍ଷ ତଦନ୍ତ ହେଉ ଏବଂ ଗଣମାଧ୍ୟମ ଖବର ପ୍ରସାରଣରେ ଯତ୍ନବାନ ହେବାକୁ ଦାବି କରିଛି କମିଟି । ଗୋଟିଏ ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟର ଖବର ପ୍ରସାରଣ ଫଳରେ ହଜାର ହଜାର ଛାତ୍ରଛାତ୍ରୀ ମୌଳିକ ଅଧିକାର କ୍ଷୂର୍ଣ୍ଣ ହୋଇଛି ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅବସରପ୍ରାପ୍ତ ଶିକ୍ଷାବିତ ଅଜୟ ମିଶ୍ର, ବିଶିଷ୍ଟ ସମାଜସେବୀ ଶୁଭଲକ୍ଷ୍ମୀ ନାଏକ, ଆଇନଜୀବୀ ଲୋକନାଥ ନାୟକ, ବରିଷ୍ଠ ଡାକ୍ତର ଲମ୍ବୁଧର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ