ଓଡିଶା

odisha

ETV Bharat / state

5ଦଫା ଦାବି ନେଇ ଗର୍ଜିଲେ ପ୍ରେରକ ସଂଘ, ବଡ ଆନ୍ଦୋଳନର ଦେଲେ ଚେତାବନୀ

ପ୍ରେରକ ଶିକ୍ଷକମାନଙ୍କୁ ସରକାର ଅବହେଳା କରିଥିବା ଅଭିଯୋଗରେ 5 ଦଫା ଦାବି ନେଇ ଗର୍ଜିଛନ୍ତି ପ୍ରେରକ ସଂଘ । ଅଧିକ ପଢନ୍ତୁ

prerak teacher union protest
5 ଦଫା ଦାବି ନେଇ ଗର୍ଜିଲେ ପ୍ରେରକ ସଂଘ

By

Published : Aug 22, 2023, 4:30 PM IST

5 ଦଫା ଦାବି ନେଇ ଗର୍ଜିଲେ ପ୍ରେରକ ସଂଘ

ଭବାନୀପାଟଣା:ରାଜ ରାସ୍ତାରେ ଗର୍ଜିଲେ ପ୍ରେରକ ସଂଘ । ଶିଶୁ ଶ୍ରମିକ ଓ ବୃଦ୍ଧ ବୃଦ୍ଧାମାନଙ୍କ ସାକ୍ଷରତା ବୃଦ୍ଧି କରି ଏକ ଶିକ୍ଷିତ ସମାଜ ସୃଷ୍ଟି କରିବା ପାଇଁ ସରକାର ୨୦୦୩ ମସିହାରେ ପ୍ରେରକ ଶିକ୍ଷକମାନଙ୍କୁ ନିଯୁକ୍ତି କରାଯାଇଥିଲା । ଶିକ୍ଷାର ମାନ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହା କରାଯାଇଥିଲା । ହେଲେ ଦୀର୍ଘ ୧୫ ବର୍ଷ ପରେ ସରକାର ସେହି ପ୍ରେରକ ଶିକ୍ଷକମାନଙ୍କୁ ବାହାର କରି ଦେଇଥିବା ବେଳେ ସେହି ସାକ୍ଷରତା ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି। ଏହାକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରେରକ ସଂଘ । 5 ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଛନ୍ତି କଳାହାଣ୍ଡି ଜିଲ୍ଲା ପ୍ରେରକ ସଂଘ ।

ପ୍ରେରକ ଶିକ୍ଷକ ଭାବେ ନିଯୁକ୍ତ ଥିବା ହଜାର ହଜାର ପ୍ରେରକ ଯୁବକ ଯୁବତୀ ଏବେ ଜୀବିକା ହରାଇ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ପରେ ସରକାର ତାଙ୍କୁ ଅଣଦେଖା କରିଥିବାରୁ ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପରିପ୍ରକ୍ଷୀରେ କଳାହାଣ୍ଡି ଜିଲ୍ଲା ସାକ୍ଷରତା ଶିକ୍ଷା ପ୍ରେରକ ସଂଘ ପକ୍ଷରୁ ଭବାନୀପାଟଣାରେ ସହରର ଲାଲବାହାଦୂର୍ ଶାସ୍ତ୍ରୀ ଷ୍ଟାଡିୟମରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ଯେ କୌଣିସି ସରକାରୀ କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ସହ ପ୍ରାକ୍ ବିଦ୍ୟାଳୟରେ ଶିକ୍ଷାଦାନ କରିବା ପାଇଁ ପ୍ରେରକମାନଙ୍କୁ ଅଗ୍ରାଧିକାର ଦେବା, ବୟସ ସୀମାରେ କୋହଳ କରିବା ସହ ୨୦୦୩ ରୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଦୀର୍ଘ ୨୫ ବର୍ଷର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ନୂତନ କାର୍ଯ୍ୟକ୍ରମକୁ ଆଧାର କରି ପୁନଃନିଯୁକ୍ତି ଦେବା ଆଦି ୫ ଗୋଟି ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ...2 ଦଫା ଦାବିରେ ଗର୍ଜିଲା ପିଇଓ ସଂଘ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ଜିଲ୍ଲା ପ୍ରେରକ ସଂଘ ସଭାପତି ଅକୁର ମହାଳିକ କହିଛନ୍ତି, ''ଆମେ ମୁଖ୍ୟତଃ 5ଟି ଦାବି ରଖିଛୁ । 2003 ମସିହାରୁ ଆମେ ଶିକ୍ଷାକ୍ଷେତ୍ରରେ ଆମେ ଗୁରୁଦାୟିତ୍ବ ତୁଲାଇଛୁ । ମାତ୍ର 2018ରୁ ରାଜ୍ୟ ସରକାର ଆମକୁ ଅଣଦେଖା କରିଛନ୍ତି । ଯଥାଶୀଘ୍ର ସରକାର ଦାବି ପୁରଣ କରିବାକୁ କହିଛନ୍ତି ଜିଲ୍ଲା ପ୍ରେରକ ସଂଘ । ଦାବି ପୂରଣ ନ ହେଲେ ପ୍ରେରକ ସଂଘ ଆମରଣ ଅନଶନରେ ବସିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।''

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details