କଳାହାଣ୍ଡି:ଆସନ୍ତା 22 ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏନେଇ କଳାକାରଙ୍କ ଠାରୁ ନେଇ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଭରି ରହିଛି । ଅନ୍ୟପଟେ କିପରି ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ଅନୁଷ୍ଠିତ ହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ରହିଛି । ଚଳିତ ବର୍ଷ ଛତର ଯାତ୍ରା ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ନେଇ ସୂଚନା ରହିଛି ।
ଏହାମଧ୍ୟ ପଢନ୍ତୁ..ବୌଦ୍ଧରେ କ୍ଷେତ୍ରପାଳିନୀଙ୍କ ଛତର ଯାତ୍ରା ଅନୁଷ୍ଠିତ
କଳାହାଣ୍ଡି ଜିଲ୍ଲାର ଆରାଧ୍ୟଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରା ବେଶ ପ୍ରସିଦ୍ଧ ଅଟେ । ଆସନ୍ତା 22ରୁ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି । ତେବେ ଏନେଇ କଳାକାରଙ୍କ ଠାରୁ ନେଇ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଭରି ରହିଛି । ଅନ୍ୟପଟେ ଶାନ୍ତି ଶୃଙ୍ଖଳାର କିପରି ଯାତ୍ରା ହେବ ସେନେଇ ପ୍ରଶାସନ ପକ୍ଷରୁ ବି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏହି ପରିପ୍ରକ୍ଷୀରେ ଆଜି (ଶନିବାର) ଜିଲ୍ଲା ପୋଲିସ ତଥା ଭବାନୀପାଟଣା ଟାଉନ ଥାନା ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । କିଭଳି ଶାନ୍ତି ଶୃଙ୍ଖଳାର ସହ ଛତର ଯାତ୍ରା ଅନୁଷ୍ଠିତ ହେବ ସେନେଇ ଆଲୋଚନା ହୋଇଥିଲା । ସମସ୍ତଙ୍କ ଠାରୁ ମତ ନେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲା ପୋଲିସ ।
ଚଳିତ ବର୍ଷ ଛତର ଯାତ୍ରା ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ୨୨ଟି ସାଂସ୍କୃତିକ ଦଳ ଚଳିତ ବର୍ଷ ଅଂଶଗ୍ରହଣ କରିବେ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କଡ଼ା କରାଯିବ ବୋଲି ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।