ଓଡିଶା

odisha

ETV Bharat / state

ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ - preparation on full swing in kalahandi

ଖରିଫ ଧାନ କିଣା ପ୍ରକ୍ରିୟା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏସମ୍ପର୍କରେ ଅଧିକ ପଢନ୍ତୁ...

ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

By

Published : Oct 23, 2019, 1:48 AM IST

କଳାହାଣ୍ଡି: ଖରିଫ ଧାନ କିଣା ପ୍ରକ୍ରିୟା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ନଭେମ୍ବର ୧ ରୁ ଜିଲ୍ଲାରେ ଖରିଫ ୠତୁ ପାଇଁ ଧାନ ସଂଗ୍ରହ ଆରମ୍ଭ ହେବାକୁ ଥିବା ବେଳେ ୧୬୧ ଟି ମଣ୍ଡି ଖୋଲା ଯାଇ ଧାନ ସଂଗ୍ରହ କରାଯିବ ବୋଲି ଖସଡ଼ା ପ୍ରସ୍ତୁତ ହୋଇଛି ।

ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଏହି ଖରିଫ ଋତୁରେ ଜିଲ୍ଲାର ୯୬ ଲକ୍ଷ କୁଇଣ୍ଟାଲ ଧାନ ଉତ୍ପାଦନ ଲକ୍ଷ ଥିବା ବେଳେ ଚଳିତ ବର୍ଷ ଧାନର (ଏଫଏକ୍ୟୁ) ମାନର ୧୮୫୧ ଟଙ୍କା ଧାର୍ଯ୍ୟ କରାଯାଇଛି । ଚାଷୀଙ୍କୁ ଧାନର ମୂଲ୍ୟ ୪୮ ଘଣ୍ଟା ମଧ୍ୟରେ ପଠାଯିବା ସହ କେମିତି ସେମାନେ ଅଭାବି ବିକ୍ରିର ଶିକାର ନହେବେ ସେଥି ପ୍ରତି ଦୃଷ୍ଟି ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details