ଓଡିଶା

odisha

ETV Bharat / state

ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ଗର୍ଭବତୀ - କଳାହାଣ୍ଡି ଖବର

ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ଗର୍ଭବତୀ
ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ଗର୍ଭବତୀ

By

Published : Aug 19, 2022, 8:53 AM IST

Updated : Aug 19, 2022, 1:23 PM IST

ଭବାନୀପାଟଣା: ପୁଣି ସାମ୍ନାକୁ ଆସିଲା ବ୍ୟବସ୍ଥାର ନଗ୍ନ ଚିତ୍ର । ପୁଣି ଥରେ ଦେଖିବାକୁ ମିଳିଛି ଆମ ଢୋଲପିଟା ବ୍ୟବସ୍ଥାର ବାସ୍ତବ ଚିତ୍ର । ପୁଣି ଭାରରେ ବୁହା ହେଲେ ଗର୍ଭବତୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ଦେଖିବାକୁ ମିଳିଛି ଏ ଦୃଶ୍ୟ । ରାସ୍ତା ଓ ପୋଲ ଅଭାବ ଯୋଗୁଁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ ତେଣୁ ଖଟିଆ ପାଲଟିଲା ଆମ୍ବୁଲାନ୍ସ ।

ଗାଁକୁ ନାହିଁ ରାସ୍ତା

ଜିଲ୍ଲାର ଜୟପାଟଣା ବ୍ଳକ କାର୍ଯ୍ୟାଳୟ ଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ନାଗୁପଡା ଗାଁ । ଗାଁର ପ୍ରମିଳା ନାଏକଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା ହେଲେ ଗାଁକୁ ଯିବାକୁ ହେଲେ ନଦୀ ମଧ୍ୟ ଦେଇ ଯିବାକୁ ପଡ଼ିଥିଲା ଯେଉଁଥି ପାଇଁ ଆମ୍ବୁଲାନ୍ସ ଆଉ ଆଗକୁ ଯାଇ ପାରିଲା ନାହିଁ। ପରେ ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନଦୀ ପାର କରି ୨ କିଲୋମିଟର ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଗର୍ଭବତୀଙ୍କୁ ଭର୍ତ୍ତି କରାଯାଇଥିଲା ।

ଏହା ବି ପଢନ୍ତୁ...ମୃତଦେହ ଛୁଇଁଲେନି ଗ୍ରାମବାସୀ, ମାଆର କୋକେଇକୁ ଘୋଷାଡି ଘୋଷାଡି ନେଲା ପୁଅ

ସେପଟେ ଏହି ଗାଁ ପାଇଁ ଛଞ୍ଚାଣ ନଦୀ ଏକ ପ୍ରମୁଖ ସମସ୍ୟା ପାଲଟିଛି । ନଦୀରେ ସେତୁ ନିର୍ମାଣ ପାଇଁ ଅନେକ ଥର ଭୋଟ ବର୍ଜନ ମଧ୍ୟ କରିଛନ୍ତି ଗ୍ରାମବାସୀ। ହେଲେ ଏନେଇ କୌଣସି ଅଧିକାରୀ କିମ୍ବା ଜନ ପ୍ରତିନିଧି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଖାଲି ଜୟପାଟଣା ନୁହେଁ ରାଜ୍ୟରେ ଅନେକ ସ୍ଥାନରେ ଗର୍ଭବତୀ କେଉଁଠି ଖଟିଆ ତ କେଇଁଠି ସାଇକେଲରେ ବୁହା ହୋଇଥିବା ନଜିର ରହିଛି । ହେଲେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Aug 19, 2022, 1:23 PM IST

ABOUT THE AUTHOR

...view details