ଓଡିଶା

odisha

ETV Bharat / state

ଖମନପଡାରେ ଜନନୀ ଯନ୍ତ୍ରଣା: ଦୀର୍ଘ 5 କିମି ଭାରରେ ବୁହାହେଲେ ଗର୍ଭବତୀ - ଥୁଆମୂଳ ରାମପୁରରେ ରାସ୍ତା ସମସ୍ୟା

କଳାହାଣ୍ଡି ଜିଲ୍ଲାର ଖମନପଡାଠାରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଅଧା ବାଟରେ ଅଟକି ରହିଥିଲା। ଫଳରେ ଖଟିଆରେ ବୁହା ହୋଇଛନ୍ତି ଆସନ୍ନ ପ୍ରସବା। ଅଧିକ ପଢନ୍ତୁ

ପୁଣି ଜନନୀ ଯନ୍ତ୍ରଣା
ପୁଣି ଜନନୀ ଯନ୍ତ୍ରଣା

By

Published : Jun 16, 2023, 10:29 PM IST

ପୁଣି ଜନନୀ ଯନ୍ତ୍ରଣା

କଳାହାଣ୍ଡି: ପୁଣି ଥରେ ଭାରରେ ବୁହା ହୋଇଛନ୍ତି ଗର୍ଭବତୀ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଖମନପଡାରେ । ଗାଁକୁ ବିକାଶମୁଖି କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ତୃଣମୂଳ ସ୍ତରରେ ଏହି ଯୋଜନା ଲୋକଙ୍କ ପାଇଁ ପାଲଟିଛି ପ୍ରହସନ।

ଆଜିବି ଅନେକ ଗାଁକୁ ରାସ୍ତା ନଥିବାବେଳେ କେତେକ ନଦୀ ନାଳରେ ପୋଲ ଟିଏ ମଧ୍ୟ ନାହିଁ। ଫଳରେ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଖଟିଆ ପାଲଟିଛି ଭରସା । କାରଣ ଅପହଞ୍ଚ ଇଲାକାରେ ପକ୍କା ରାସ୍ତା ଓ ନଦୀରେ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ ।

ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଇଲାକା ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଲକ ୨୪ ଟି ପଞ୍ଚାୟତକୁ ନେଇ ଗଠିତ। ଏହି ବ୍ଲକର ୬୦ ପ୍ରତିଶତ ଗାଁକୁ ପକ୍କା ରାସ୍ତା ଟିଏ ନାହିଁ। ଯେଉଁଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ପୁଣି ଥରେ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର। ଗାଁକୁ ରାସ୍ତା ଏବଂ ନଦୀରେ ପୋଲ ନଥିବା କାରଣରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା।

ତେବେ ବ୍ଲକ ମୁଖ୍ୟାଳୟଠାରୁ ଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ଖମନପଡା ଗାଁରେ ଖଟିଆରେ ବୋହି ବୋହି ଗର୍ଭବତୀଙ୍କୁ ନେଇ ଯାଇଛନ୍ତି ସମ୍ପର୍କୀୟ । ସୂଚନା ଅନୁସାରେ, ଖମନପଡାର ନନ୍ଦିନୀ ଗୌଡ଼ଙ୍କୁ ପ୍ରସବ ବେଦନା ହୋଇଥିଲା। ଫଳରେ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଆଉ ଖବର ପାଇ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା କିନ୍ତୁ ଗାଁକୁ ରାସ୍ତା ଓ ନଦୀରେ ପୋଲ ନଥିବା କାରଣରୁ ଅଧା ବାଟରେ ଅଟକି ରହିଥିଲା ଆମ୍ବୁଲାନ୍ସ ।

ପରେ ପରିବାର ଓ ଗ୍ରାମବାସୀ ମିଶି ନନ୍ଦିନୀଙ୍କୁ ଖଟିଆରେ ବୋହି ଇନ୍ଦ୍ରାବତୀ ନଦୀ ପାର୍ କରି ପ୍ରାୟ ୫ କିଲୋମିଟର ଡେର୍ଲାଗାଁ ପର୍ଯ୍ୟନ୍ତ ବୋହି ଆଣିବା ପରେ ଆମୁଲାନ୍ସ ନିକଟରେ ପହଞ୍ଚିଥିଲେ। ଏହାପରେ ନନ୍ଦିନୀଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ନନ୍ଦିନୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ଅପରପକ୍ଷେ, ଖମନପଡା ଗାଁକୁ ରାସ୍ତା ନଥିବାରୁ ଅନେକ ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି। ଏନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗତ ୬ ମାସ ତଳେ ଏକ ବାଉଁଶ ପୋଲ ନିର୍ମାଣ କରିଥିଲେ। ଆଉ ଏହି ଖବର ଗଣମାଧ୍ୟମରେ ପ୍ରକାଶ ହେବା ପରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଖମନପଡା ଗାଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ଓ ଇନ୍ଦ୍ରାବତୀ ନଦୀରେ ପୋଲ ନିର୍ମାଣ ପାଇଁ ଘୋଷଣା କରିଥିଲେ ହେଲେ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details