ଓଡିଶା

odisha

By

Published : Jan 4, 2020, 2:30 PM IST

ETV Bharat / state

ଦାରିଦ୍ର୍ୟ ଯନ୍ତ୍ରଣାରେ ଛଟପଟ ଗାୟତ୍ରୀ, ସରକାରୀ ସାହାଯ୍ୟକୁ ଅପେକ୍ଷା

ରୋଗ ପାଇଁ ସ୍ବାମୀ କରିଦେଲେ ପର। ଗୋଟିଏ ପଟେ ମାନସିକ ଦୁଶ୍ଚିନ୍ତା ଓ ଅନ୍ୟପଟେ ଶରୀରର ଅସହ୍ୟ ଯନ୍ତ୍ରଣା ଯାହା ତାଙ୍କୁ ଶଯ୍ୟାରେ କିଲବିଲ କରୁଛି । ଯନ୍ତ୍ରଣାରୁ ଉପଶମ ପାଇଁ ସରକାରୀ ସୁବିଧାର ଅପେକ୍ଷାରେ ଗାୟତ୍ରୀ। ଅଧିକ ଖବର ପଢନ୍ତୁ...

GAYATRI PKG
ଗରିବୀର ଯନ୍ତ୍ରଣାରେ ଗାୟତ୍ରୀ ଦୋରା, ଅପେକ୍ଷା ସରକାରୀ ସାହାଯ୍ୟକୁ

କଳାହାଣ୍ଡି: ଏ ହେଉଛନ୍ତି ଗାୟତ୍ରୀ ଦୋରା । ବସୟ 36 ବର୍ଷ। ଘର କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଦାଦପୁର ଗାଁ । ହେଲେ ଭାରି ଦୁଃଖିନିଟା । 19 ବର୍ଷରୁ ବିବାହ କରିଥିଲେ ହେଲେ ରୋଗ ପାଇଁ ବିବାହିତ ଗାୟତ୍ରୀ ଏବେ ସ୍ବାମୀଙ୍କ ତାଡନାର ଶିକାର ହୋଇ ବାପ ଘରେ ଆଶ୍ରିତ।

ଗୋଟିଏ ପଟେ ମାନସିକ ଦୁଶ୍ଚିନ୍ତା ଓ ଅନ୍ୟପଟେ ଶରୀରର ଅସହ୍ୟ ଯନ୍ତ୍ରଣା ଯାହା ତାଙ୍କୁ ଶଯ୍ୟାରେ କିଲବିଲ କରୁଛି। ଏବେ ପରିବାର କହିଲେ ଗାୟତ୍ରୀଙ୍କ ସହ ବୁଢା ବାପା ଓ ଭାଇ। ଦିନମଜୁରିଆ ଭାବେ କାମ କରୁଥିବା ବୁଢା ବାପାର ରୋଜଗାରରେ ପରିବାର ଚଳେ। ଆଉ ଏସବୁ ଭିତରେ ଗାୟତ୍ରୀର ଦୁଃଖ ସତେ ଯେମିତି ବୋଝ ଉପରେ ନଳିତା ବିଡା ।

ଗରିବୀର ଯନ୍ତ୍ରଣାରେ ଗାୟତ୍ରୀ ଦୋରା, ଅପେକ୍ଷା ସରକାରୀ ସାହାଯ୍ୟକୁ

୩ ବର୍ଷ ହେବ ଗାୟତ୍ରୀ ଏକ ଅଜଣା ରୋଗରେ ଆକ୍ରାନ୍ତ । ଯାହାଫଳରେ ପେଟ ଅସ୍ବାଭାବିକ ଭାବେ ବଢିବାରେ ଲାଗିଲା। ଏନେଇ ବିଷମକଟକ ମିଶନାରୀ ଡାକ୍ତରଖାନାରେ ଚିକିତ୍ସା ପରେ ଏକ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ଡାକ୍ତର କହିଛନ୍ତି। ହେଲେ ଅର୍ଥାଭାବ ଗାୟତ୍ରୀର ଚିକିତ୍ସା ପାଇଁ ବାଧକ ସାଜିଛି ।

ଗରିବଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା ସହ ମାଗଣା ଚିକିତ୍ସା ସୁବିଧା । ହେଲେ ସଚେତନତାର ଅଭାବ ଯୋଗୁଁ ଗାୟତ୍ରୀଙ୍କ ପରିବାର ଏସବୁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ। ଏହି ପରିବାରକୁ ପ୍ରଶାସନିକ ସ୍ତରରେ ସହଯୋଗ କରିବାକୁ ଗାଁ ର କିଛି ସମାଜସେବୀ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ,ଇଟିଭି ଭାରତ

ABOUT THE AUTHOR

...view details