ଓଡିଶା

odisha

ETV Bharat / state

ଲାଞ୍ଜିଗଡରେ ପହଞ୍ଚିଲା ବିକାଶ ଗାଡି, ୮ ପରିବାର ପାଇଲେ ବାସଗୃହ ସହ ମୌଳିକ ସୁବିଧା - ଲାଞ୍ଜିଗଡରେ ପହଞ୍ଚିଲା ବିକାଶ ଗାଡି

ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ସରକାରୀ ଯୋଜନା । ଦୁର୍ଗମ ଅଞ୍ଚଳରେ ବର୍ଷ ବର୍ଷ ଧରି ଜୀବନ ବିତାଉଥିବା ଉପର ଲଙ୍ଗଳବାହାଲି ଗାଁର ୮ଟି ପରିବାରର ୫୪ଜଣ ସଦସ୍ୟଙ୍କ ଭାଗ୍ୟଦୋୟ ଘଟିଛି । ସୁଉଚ୍ଚ ପାହାଡ ଉପରେ ପରିବାର ସହ ଅତି ଦୟନୀୟଭାବେ ଦିନ କାଟୁଥିବା ପରିବାର ଗୁଡିକୁ ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ନୂତନଗୃହ ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ

ଲାଞ୍ଜିଗଡରେ ପହଞ୍ଚିଲା ସରକାରଙ୍କ ବିକାଶର ଗାଡି,୮ ପରିବାରକୁ ମିଳିଲା ବାସଗୃହ ସହ ମୌଳିକ ସୁବିଧା
ଲାଞ୍ଜିଗଡରେ ପହଞ୍ଚିଲା ସରକାରଙ୍କ ବିକାଶର ଗାଡି,୮ ପରିବାରକୁ ମିଳିଲା ବାସଗୃହ ସହ ମୌଳିକ ସୁବିଧା

By

Published : Aug 20, 2022, 2:01 PM IST

ଭବାନୀପାଟଣା: ଅସହାୟଙ୍କ ଦୁଃଖ ଦୂର କଲେ ସରକାର । ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ସରକାରୀ ଯୋଜନା । ଦୁର୍ଗମ ଅଞ୍ଚଳରେ ବର୍ଷ ବର୍ଷ ଧରି ଜୀବନ ବିତାଉଥିବା ଉପର ଲଙ୍ଗଳବାହାଲି ଗାଁର ୮ଟି ପରିବାରର ୫୪ଜଣ ସଦସ୍ୟଙ୍କ ଭାଗ୍ୟଦୋୟ ଘଟିଛି । ସୁଉଚ୍ଚ ପାହାଡ ଉପରେ ପରିବାର ସହ ଅତି ଦୟନୀୟଭାବେ ଦିନ କାଟୁଥିବା ପରିବାର ଗୁଡିକୁ ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ନୂତନଗୃହ ଯୋଗାଇ ଦିଆଯାଇଛି ।

ଲାଞ୍ଜିଗଡରେ ପହଞ୍ଚିଲା ସରକାରଙ୍କ ବିକାଶର ଗାଡି,୮ ପରିବାରକୁ ମିଳିଲା ବାସଗୃହ ସହ ମୌଳିକ ସୁବିଧା

ସେମାନଙ୍କୁ ୪ ଶହ ଫୁଟ ତଳକୁ ଅଣାଯାଇ ସମସ୍ତ ସୁବିଧା ଥିବା ବାସଗୃହ ଯୋଗାଇ ଦିଆଯାଇଛି । ତେବେ ଏ ଘର ଗୁଡିକୁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିବା ବେଳେ ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁ ଷ୍ପେନ୍ଦ୍ର ସିଂ ଦେଓ ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଉପର ଲଙ୍ଗଳବାହାଲି ଗାଁରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଠ ଗୋଟି ପକ୍କା ଘର ସେମାନଙ୍କୁ ଯୋଗାଇ ଦିଆଯାଇଥିବା ବେଳେ ପଞ୍ଚମ ଅର୍ଥ କମିଶନ ଅନୁଦାନରେ କଂକ୍ରିଟ ରାସ୍ତା ହୋଇଛି । ସେହିପରି କେନ୍ଦ୍ର ଅର୍ଥ କମିଶନ ଅନୁଦାନରେ ସବୁଦିନିଆ ପକ୍କା ରାସ୍ତା କରାଯାଇଛି । ବସୁଧା ଯୋଜନାରେ ସୁରକ୍ଷିତ ପାନୀୟ ଜଳ, ସ୍ବଚ୍ଛଭାରତ ମିଶନରେ ଶୌଚାଳୟ, ମନରେଗା ଯୋଜନାରେ ଚେକଡ୍ୟାମ୍ ତଥା ଲୋକଙ୍କ ପାଇଁ ରୋଜଗାରରର ଅବସର ସୃଷ୍ଟି କରାଯାଇଛି ।

ସେହିପରି ଜିଲ୍ଲାର ଲାଞ୍ଜିଗଡ଼ ଠାରେ ମିଶନ ଶକ୍ତି କାଫେ ମଧ୍ୟ ଉଦଘାଟନ ହୋଇଯାଇଛି । ମନ୍ତ୍ରୀ ଜଗନ୍ନାଥ ସରକା ଏହି ମିଶନ ଶକ୍ତି କାଫେର ଉଦଘାଟନ କରିଥିବା ବେଳେ ଆଗାମୀ ଦିନରେ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ଓ ସାମଗ୍ରୀ ଲୋକଙ୍କୁ ଯୋଗାଇବାରେ ଏହା ବେଶ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ,କଳାହାଣ୍ତି

ABOUT THE AUTHOR

...view details