ଓଡିଶା

odisha

ETV Bharat / state

ବୁଥକୁ ଗଲେ ପୋଲିଂ ପାର୍ଟି, ମାଓଗଡ଼ରେ ହେବ ନିର୍ବାଚନ - କଳାହାଣ୍ଡି ମାଓଗଡ଼ରେ ହେବ ନିର୍ବାଚନ

ଚତୁର୍ଥ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ବୁଥକୁ ଗଲେ ପୋଲିଂ ପାର୍ଟି, ମାଓଗଡ଼ରେ ହେବ ନିର୍ବାଚନ
ବୁଥକୁ ଗଲେ ପୋଲିଂ ପାର୍ଟି, ମାଓଗଡ଼ରେ ହେବ ନିର୍ବାଚନ

By

Published : Feb 21, 2022, 4:39 PM IST

ଭବାନୀପାଟଣା: ରାତି ପାହିଲେ ପୁଣି ଆରମ୍ଭ ହେବ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ଥିବା ମାଓଗଡ଼ରେ ପୋଲିଂ ପାର୍ଟି ପହଞ୍ଚିଛନ୍ତି ।

ବୁଥକୁ ଗଲେ ପୋଲିଂ ପାର୍ଟି, ମାଓଗଡ଼ରେ ହେବ ନିର୍ବାଚନ

ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକର ୬ ଟି ଜୋନରେ ହେବ ୪ର୍ଥ ପର୍ଯ୍ୟାୟ ନିର୍ବାଚନ । ଭବାନୀପାଟଣା ବ୍ଲକର ୪୪୧ ଟି ବୁଥରେ ୧ ଲକ୍ଷ ୨୫ ହଜାର ୩୭୧ ଜଣ ଭୋଟର ମତଦାନ କରିବେ । ସେହିଭଳି ଲାଞ୍ଜିଗଡ଼ ବ୍ଲକର ୩୦୬ ଟି ବୁଥରେ ୫୯ ହଜାର ୭୮୮ ଜଣ ଭୋଟର ଦେବେ ଭୋଟ । ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ୫୩ ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ୨୦ ଟି ଅତି ସମ୍ବେଦନଶୀଳ ବୁଥ ରହିଛି । ଏନେଇ ୧୦ ଟି ମୋବାଇଲ ପେଟ୍ରୋଲିଂ ଟିମ ଓ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଦୀର୍ଘ ୨୦ ବର୍ଷ ପରେ ଲାଲଗଡ଼ ଭାବରେ ପରିଚିତ ତ୍ରିଲୋଚନପୁର ପଞ୍ଚାୟତରେ ନିର୍ବାଚନ ହେଉଥିବାରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ । ଅନ୍ୟ ପକ୍ଷରେ ଭବାନୀପାଟଣା ବ୍ଲକର ୪୪୧ଟି ବୁଥରେ ୧ ହଜାର ୯୬ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଲାଞ୍ଜିଗଡ଼ ବ୍ଲକରେ ୩୦୬ ଟି ବୁଥରେ ୯୭୪ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପାଇଁ ଏବେ ପ୍ରସ୍ତୁତ ରହିଛି ପ୍ରଶାସନ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details