ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ତହସିଲଦାର ଅନ୍ତର୍ଗତ ଚେନାଗାଁ ତେଲନଦୀରେ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଆଜି ଉପଜିଲ୍ଲାପାଳଙ୍କ ନେତୃତ୍ୱରେ କେସିଙ୍ଗା, ଭବାନୀପାଟଣା, ନର୍ଲା ଓ ମଦନପୁର ରାମପୁର ତହସିଲଦାରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରି ବାଲି ଖାଦାନ ଉପରେ ଚଢ଼ାଉ କରିଥିଲେ ।
ବାଲି ଖାଦାନ ଉପରେ ପ୍ରଶାସନର ଅତର୍କିତ ଚଢ଼ାଉ, ୧୭ଟି ହାଇଓ୍ବା ଜବତ - ବାଲି ଖାଦାନ ଉପରେ ଅତର୍କିତ ଚଢ଼ଉ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ତହସିଲଦାର ଅନ୍ତର୍ଗତ ଚେନାଗାଁ ତେଲନଦୀରେ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଅଧିକ ପଢ଼ନ୍ତୁ
ବାଲି ଖାଦାନ ଉପରେ ପ୍ରଶାସନର ଅତର୍କିତ ଚଢ଼ଉ, ୧୭ଟି ହାଇଓ୍ବା ସମେତ ଗୋଟିଏ ପ୍ରୋକଲିଂ ଜବତ
ବାଲି ଖାଦାନ ଉପରେ ପ୍ରଶାସନର ଅତର୍କିତ ଚଢ଼ଉ, ୧୭ଟି ହାଇଓ୍ବା ସମେତ ଗୋଟିଏ ପ୍ରୋକଲିଂ ଜବତ
ଚଢ଼ାଉରେ ୧୭ ଗୋଟି ହାଇଓ୍ବା ଗାଡି ଜବତ କରିବା ସହ ଗୋଟିଏ ପ୍ରୋକଲିଂକୁ ମଧ୍ୟ ଜବତ କରିଛି । ସୂଚନା ଅନୁଯାୟୀ ଛେନା ଗାଁ ବାଲି ଖାଦାନର ଟେଣ୍ଡର ହୋଇଥିଲା । ଏକ ସଂସ୍ଥା ଏହାର ଟେଣ୍ଡର ନେଇ ବାଲି ବିକ୍ରି କରିଥିବା ବେଳେ ଛେନା ଗାଁ ଖାଦାନରୁ ବାଲି ସରିଯିବା ପରେ ଅନ୍ୟ ସ୍ଥାନର ୨୫ ଏକର ଏରିଆରୁ ବାଲି ଚୋରା ଚାଲାଣ କରାଯାଉଥିଲା । ଆଉ ଏହାକୁ ନେଇ ଅଭିଯୋଗ ହେବାପରେ ଆଜି ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ଫାଇନ ଲଗାଯାଇଥିବା ଜଣାପଡିଛି ।
ଇଟିଭି ଭାରତ, କଳାହାଣ୍ଡି