ଭବାନୀପାଟଣା: କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ଜାଲିଆତି ଘଟଣା । ଏବିଇଓ ଏବଂ ଅବସରପ୍ରାପ୍ତ ବିଇଓଙ୍କୁ ଜେରା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ୧୭୧ ଜଣ ଏକ୍ସକେଡ଼ର ଶିକ୍ଷକଙ୍କ ଗୋଟିଏ ମାସର ଦରମାରେ ଜାଲିଆତି ଘଟଣା । ଗତ ୩ ଦିନ ଧରି ଅବସରପ୍ରାପ୍ତ ବିଇଓ ଏବଂ ଏବିଇଓଙ୍କୁ ଜେରା କରୁଛି ପୋଲିସ । ଏସପି ଅଭିଳାଷ ଜିଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସଡ଼ିପିଓ (SDPO)ଙ୍କ କାର୍ଯ୍ୟାଳୟରେ ଏମାନଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି ।
ଏହି ଘଟଣାରେ ଅଭିଯୁକ୍ତ ଆକାଉଣ୍ଟଟାଣ୍ଟ ସୁଚୀସ୍ମିତା ସୁଆର ଫେରାର ମାରିବା ନେଇ ଏକ୍ସକେଡ଼ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ କରିଥିଲା ଜିଲ୍ଲା ଶିକ୍ଷା ବିଭାଗ । ଏହାପରେ ଭବାନୀପାଟଣା ବିଇଓଙ୍କ ପକ୍ଷରୁ ଟାଉନ ଥାନାରେ ସୁଚୀସ୍ମିତା ଫେରାର ହେବା ନେଇ ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା ।
ଏହା ବି ପଢନ୍ତୁ- ବିଇଓ ଅଫିସ ଆକାଉଣ୍ଟାଣ୍ଟ ଟଙ୍କା ହଡ଼ପ ଘଟଣା, ଜମିକିଣାକୁ ନେଇ ଭିଜିଲାନ୍ସର ତନାଘନା
ସେପଟେ ଘଟଣାକୁ ନେଇ ନିଜପଟୁ ମାମଲା ରୁଜୁ କରି ତଦନ୍ତ ଭାର ନେଇଛି ଜିଲ୍ଲା ଭିଜିଲାନ୍ସ ବିଭାଗ । ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଗତ ୩ ଦିନ ଧରି ଅବସରପ୍ରାପ୍ତ ବିଇଓ ଏବଂ ଏବିଇଓଙ୍କୁ ଜେରା କରୁଛି ପୋଲିସ । ଜିଲ୍ଲା ଏସପି ଅଭିଳାଷ ଜିଙ୍କ ନିର୍ଦ୍ଦେଶ ପରେ ସଦର ଏସଡ଼ିପିଓଙ୍କ କାର୍ଯ୍ୟାଳୟରେ ଗତ ୩ ଦିନ ଧରି ପୂର୍ବତନ ବିଇଓ ଜଗନ୍ନାଥ ପୁରୋହିତ ଓ ବର୍ତ୍ତମାନ କାର୍ଯ୍ୟରତ ଏବିଇଓ ଜୟ କୁମାର ମାଝୀଙ୍କୁ ମାରାଥନ ଜେରା କରିବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।