ଓଡିଶା

odisha

By

Published : Nov 3, 2019, 8:35 PM IST

ETV Bharat / state

କଳାହାଣ୍ଡିରେ ମାଓ ସମସ୍ୟା ସମୀକ୍ଷା କଲେ ପୋଲିସ ଡିଜି

କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ମାଓ ସମସ୍ୟା ଉପରେ ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମା । ଏହି ଅବସରରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ରିଜର୍ଭ ପୋଲିସ ଗୃହ ଉଦଘାଟନ କରିଥିଲେ ।

କଳାହାଣ୍ଡିରେ ମାଓ ସମସ୍ୟା ସମୀକ୍ଷା କଲେ ପୋଲିସ ଡିଜି

କଳାହାଣ୍ଡି: ପୋଲିସ ଡିଜି ବିକେ ଶର୍ମାଙ୍କ ଦିନିକିଆ କଳାହାଣ୍ଡି ଗସ୍ତ । ଜିଲ୍ଲାରେ ମାଓ ସମସ୍ୟା ନେଇ ସମୀକ୍ଷା କରିଛନ୍ତି । ଏହି ଅବସରରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ରିଜର୍ଭ ପୋଲିସ ଗୃହ ଉଦଘାଟନ କରିଥିଲେ । ତାଙ୍କ ସହ ରାଜ୍ୟ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

କଳାହାଣ୍ଡିରେ ମାଓ ସମସ୍ୟା ସମୀକ୍ଷା କଲେ ପୋଲିସ ଡିଜି

ଭବାନୀପାଟଣା ଠାରେ ପୋଲିସ ଅଧିକାରୀଙ୍କ ସହ ଆୟୋଜିତ ସମୀକ୍ଷା ବୈଠକରେ ମୋ ସରକାର କାର୍ଯ୍ୟକ୍ରମ କିଭଳି ସଠିକ୍‌ ଭାବେ କାର୍ଯକାରୀ ହେବ ସେ ନେଇ ଆଲୋଚନା କରିଥିଲେ । ଗ୍ରାମବାସୀ କିପରି ପୋଲିସର ନିକଟତର ହେବେ ତାହା ଉପରେ ଗୁରୁତ୍ବରାପ କରିଥିଲେ ଡିଜି । ଏହି ଅବସରରେ ଭବାନୀପାଟଣା ଟାଉନ ଥାନାକୁ ଅତ୍ୟାଧୁନିକ ଥାନା ରୂପେ ଗଢିବା ନେଇ ଘୋଷଣା କରାଯାଇଛି ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

ABOUT THE AUTHOR

...view details