ଓଡିଶା

odisha

By

Published : Feb 22, 2020, 9:05 PM IST

ETV Bharat / state

ମାଓ କାର୍ଯ୍ୟକଳାପର ସମୀକ୍ଷା କଲେ ପୋଲିସ ଡିଜି ଅଭୟ

ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ପୋଲିସ ଡିଜି ଅଭୟ ତିମିଟି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ମାଓ ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥିଲେ । ଅଧିକ ପଢନ୍ତୁ...

ମାଓ ସମୀକ୍ଷା କଲେ ପୋଲିସ ଡିଜି ଅଭୟ
ମାଓ ସମୀକ୍ଷା କଲେ ପୋଲିସ ଡିଜି ଅଭୟ

କଳାହାଣ୍ଡି: ମାଓ କାର୍ଯ୍ୟକଳାପର ସମୀକ୍ଷା କଲେ ପୋଲିସ ଡିଜି ଅଭୟ । କଳାହାଣ୍ଡିକୁ ଶନିବାର ଦିନିକିଆ ଗସ୍ତରେ ପୋଲିସ ଡିଜି ଅଭୟ ଆସି ତିମିଟି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ମାଓ ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥିଲେ ।

ମାଓ ସମୀକ୍ଷା କଲେ ପୋଲିସ ଡିଜି ଅଭୟ

ଏହି ସମୀକ୍ଷା ବୈଠକରେ ଆଇଜି ଅପରେସନ ଅମିତାଭ ଠାକୁର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଜି ସଫିନ ଅହମ୍ମଦ, ସ୍ବତନ୍ତ୍ର ଡିଜି ଗୁଇନ୍ଦା ବିଭାଗ ସତ୍ୟଜିତ ମହାନ୍ତି ଓ ଆଡିସନାଲ ଡିଜି ବିନୟତୋଷ ମିଶ୍ର ଯୋଗ ଦେଇଥିଲେ ।

କଳାହାଣ୍ଡି ଜିଲ୍ଲା ପୋଲିସ ମୁଖ୍ୟାଳୟର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ କନ୍ଧମାଳ ଏସପି ପ୍ରତୀକ ସିଂ ରାୟଗଡା ଏସପି ଶ୍ରବଣ ବିବେକ ଓ କଳାହାଣ୍ଡି ଏସପି ବାତୁଳା ଗଙ୍ଗଧର ଯୋଗଦେଇ ନିଜ ଜିଲ୍ଲାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ ।

ତେବେ ଗତ ୧୭ ତାରିଖରେ କଳାହାଣ୍ଡି ଏସପିଙ୍କ ନିକଟରେ କେକେବିଏନ ଡିଭିଜନାଲ ମାଓ କମିଟିର ସଦସ୍ୟ ରାମଦାସ ଆତ୍ମସମର୍ପଣ ପରେ ଏହି ସମୀକ୍ଷା ବୈଠକ ମାଓ ଦମନ କ୍ଷେତ୍ରରେ ସହାୟକ ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details