ଭବାନୀପାଟଣା: ବ୍ରିଜରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରୁ ବାହାରୁଛି ଗଞ୍ଜେଇ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ କିନେରକେଲା ବ୍ରିଜରେ ପିଟି ହୋଇଥିଲା ଏହି କାର ।
ତେବେ କେତେ ପରିମାଣର ଗଞ୍ଜେଇ ବାହାରିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ଅନ୍ୟପକ୍ଷରେ ଦୁର୍ଘଟଣାରେ ଚାଳକଙ୍କୁ ମିଶାଇ ୨ ଜଣ ଗୁରୁତର ହୋଇଥିବାବେଳେ ପଶ୍ଚିମବଙ୍ଗର ନମ୍ବର ଥିବା ଏହି କାର ଚାଳକ ଓ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ଇଣ୍ଡିକା କାରରେ ରାଞ୍ଚିର ମୁନା କୁମାର ଝା ଓ ବିହାର ପାଟଣାର ବିପିନ କୁମାର ଝା ବଲାଙ୍ଗୀର ପଟେ ଯାଉଥିଲେ । କିନେରକେଲା ବ୍ରିଜ ନିକଟରେ ଭାରସାମ୍ୟ ହରାଇ କାରଟି ବ୍ରିଜ ବାଡକୁ ଧକ୍କା ଦେଇଥିଲା। ଫଳରେ କାରଟି ଚୁରମାର ହୋଇ ବ୍ରିଜରେ ଝୁଲନ୍ତା ଅବସ୍ଥାରେ ରହିଥିଲା।