ଓଡିଶା

odisha

ETV Bharat / state

ଧର୍ମଗଡ ନାବାଳିକା ଅପହରଣ ମାମଲା, ଦୋଷୀକୁ ୫ବର୍ଷ ଜେଲ

କଳାହାଣ୍ଡି ଧର୍ମଗଡ଼ ନାବାଳିକା ଅପହରଣ ମାମଲା । ଅଭିଯୁକ୍ତକୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ

By

Published : Aug 21, 2022, 1:22 PM IST

ଧର୍ମଗଡ ନାବାଳିକା ଅପରହଣ ମାମଲା, ଦୋଷୀକୁ ୫ବର୍ଷ ଜେଲ
ଧର୍ମଗଡ ନାବାଳିକା ଅପରହଣ ମାମଲା, ଦୋଷୀକୁ ୫ବର୍ଷ ଜେଲ

ଭବାନୀପାଟଣା:ଗତ ୨୦୨୧ ମସିହାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନାବାଳିକା ଅପହରଣ ମାମଲା (Dharmagarh Minor Girl Kidnap case)ର ଶୁଣାଣି କରିଛନ୍ତି ଜିଲ୍ଲା ପୋକ୍ସୋ କୋର୍ଟ POCSO Court ) । ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ବତନ୍ତ୍ର ଜଜ ପୋକ୍ସୋ ସୁବ୍ରତ ପଟ୍ଟନାୟକ ଅଭିଯୁକ୍ତକୁ ୫ବର୍ଷ ଜେଲ ଦଣ୍ଡାଦେଶ ସହ ୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୁକ୍ତ ଜଣକ ବିହାରର ଦରଭଙ୍ଗା ଅଞ୍ଚଳର ବିକ୍ରମ କୁମାର ଦାସ । ସେ ଧର୍ମଗଡ଼ ସହରର ଚାରି ଛକରୁ ନାବାଳିକାକୁ ଅପହରଣ କରି ବିହାରକୁ ନେଇଯିବାକୁ ଉଦ୍ୟମ କରୁଥିଲା । ତେବେ ବଲାଙ୍ଗୀର ରେଳ ଷ୍ଟେସନରୁ RPF ପୋଲିସ ଅଧିକାରୀ ଅଭିଯୁକ୍ତକୁ କାବୁ କରି ନାବାଳିକାକୁ ଉଦ୍ଧାର କରିଥିଲେ । ଏହାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଏହି ଘଟଣାରୁ ଶୁଣାଣି କରି ଅଭିଯୁକ୍ତକୁ ଦଣ୍ଡିତ କରିଛନ୍ତି ଜିଲ୍ଲା ପୋକ୍ସୋ କୋର୍ଟ ।

ଏହା ବି ପଢନ୍ତୁ- ସ୍ତ୍ରୀକୁ କାଠ ଫାଳିଆରେ ପିଟି ହତ୍ୟା କଲା ସ୍ୱାମୀ

ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ବତନ୍ତ୍ର ଜଜ ପୋକ୍ସୋ ସୁବ୍ରତ ପଟ୍ଟନାୟକ ଅଭିଯୁକ୍ତ ବିକ୍ରମ କୁମାର ଦାସକୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି ୩ ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ପୋକ୍ସୋ କୋର୍ଟ । ତେବେ ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ପିପି ରୋହିତ ମିଶ୍ର ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details