ଓଡିଶା

odisha

ETV Bharat / state

ମରାମତି ହୋଇପାରିଲାନି ଗାଁ ରାସ୍ତା, ଧାନତଳି ରୋପଣ କରି ପ୍ରତିବାଦ କଲେ ଯୁବକ - road oroblem in kalahandi district

ଗାଁ କୁ ଭଲ ରାସ୍ତା ନ ଥିବାବେଳେ ଶୁଣିଲାନି ପ୍ରଶାସନ । ବାରମ୍ବାର ଅଭିଯୋଗ ପରେ ବିଫଳ ହେବାରୁ ରାସ୍ତାରେ ଧାନତଳି ରୋପଣ କରି ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଯୁବକ ସଂଘର ସଦସ୍ୟ । ଅଧିକ ପଢନ୍ତୁ...

ଯୁବକ ସଙ୍ଘର ଅଭିନବ ପ୍ରତିବାଦ, ରାସ୍ତାରେ ରୋପଣ କଲେ ଧାନତଳି଼
ଯୁବକ ସଙ୍ଘର ଅଭିନବ ପ୍ରତିବାଦ, ରାସ୍ତାରେ ରୋପଣ କଲେ ଧାନତଳି଼

By

Published : Aug 8, 2021, 9:24 PM IST

ଭବାନୀପାଟଣା: ଗାଁକୁ ଭଲ ରାସ୍ତା ନଥିବା ଯୋଗୁ ସ୍ଥାନୀୟ ଯୁବକ ସଂଘର ଅଭିନବ ପ୍ରତିବାଦ । ରାସ୍ତାରେ ରୋପଣ କଲେ ଧାନତଳି । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ଗାଁରେ ।

ମରାମତି ହୋଇପାରିଲାନି ଗାଁ ରାସ୍ତା ମରାମତି, ଧାନତଳି଼ ରୋପଣ କରି ପ୍ରତିବାଦ କଲେ କଲେ ଯୁବକ

ଅଭିଯୋଗ ଅନୁସାରେ, ନର୍ଲା ବ୍ଲକ ସରିଆଁ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ ଗାଡି ମଟର ଯିବା ଆସିବା ତ ଦୂରର କଥା ଚାଲିକି ଯିବା ବି ଅସମ୍ଭବ। ସରିଆଁ ଗାଁରୁ କେସିଙ୍ଗା ଯିବାକୁ ହେଲେ ଏହି ରାସ୍ତା ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭର କରନ୍ତି ଅଞ୍ଚଳବାସୀ । ସେ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ହେଉ ଅବା ବ୍ୟବସାୟ ଏ ରାସ୍ତାହିଁ ଅଞ୍ଚଳବାସୀଙ୍କ ଜୀବନ ରେଖା ହେଉଛି ଏହି ରାସ୍ତା । କିନ୍ତୁ ବର୍ଷା ଋତୁ ଆସିଲେ ଆଣ୍ଠୁଏ କାଦୁଅ ଓ ରାସ୍ତା ସାରା ଖାଲଖମା।

ଫଳରେ ଗାଁକୁ ନାଁ ଆମ୍ବୁଲାନ୍ସ ଆସି ପାରୁଛି ନାଁ ଲୋକେ ନିଜ ନିତିଦିନିଆ କାମରେ କେସିଙ୍ଗା ଯାଇ ପାରୁଛନ୍ତି । ସମସ୍ୟା ନେଇ ସରିଆଁ ଗାଁର ଯୁବକମାନେ ଅନେକ ସମୟରେ ପ୍ରଶାସନର ଦ୍ବାରସ୍ତ ହୋଇଛନ୍ତି। ହେଲେ କୌଣସି ସୁଫଳ ନ ମିଳିବାରୁ ଏବେ ଏଭଳି ଅଭିନବ ଉପାୟରେ ରାସ୍ତାରେ ଧାନତଳି ରୋପଣ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାସ୍ତା ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details