ଓଡିଶା

odisha

ETV Bharat / state

ବିବାହ ଭୋଜି ହେଲା କାଳ, ପିକଅପ ଭ୍ୟାନ ଓଲଟି ଜଣେ ମୃତ ୭ ଗୁରୁତର - ଓଲଟିଲା ପିକଅପ ଭ୍ୟାଲ

କାଳ ହେଲା ବିବାହ ଭୋଜି । ପିକଅପ ଭ୍ୟାନ ଓଲଟି ମଧ୍ୟରୁ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ୭ ଜଣ ଗୁରୁତର । ଅଧିକ ପଢ଼ନ୍ତୁ

ବିବାହ ଭୋଜି ହେଲା କାଳ, ପିକଅପ ଭ୍ୟାନ ଓଲଟି ଜଣେ ମୃତ ୭ ଗୁରୁତର
ବିବାହ ଭୋଜି ହେଲା କାଳ, ପିକଅପ ଭ୍ୟାନ ଓଲଟି ଜଣେ ମୃତ ୭ ଗୁରୁତର

By

Published : May 15, 2022, 11:00 AM IST

ଭବାନୀପାଟଣା:ହସଖୁସିରେ ବିବାହ ଭୋଜିରେ ଯୋଗଦେଇ ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ବିକ୍ରମଗୁଡା ଗାଁର କିଛି ଲୋକେ ବଡ଼ଫୁର୍ଲା ଗାଁକୁ ଏକ ବିବାହ ଭୋଜିରେ ଯୋଗଦେଇ ନିଜ ଗାଁକୁ ଫେରୁଥିଲେ । ସେହି ସମୟରେ ରଙ୍କାବାହାଲ ଛକ ନିକଟ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଏକ ପୋଲରେ ବାଡେଇ ହୋଇ ଓଲଟି ପଡିଥିଲା ।

ବିବାହ ଭୋଜି ହେଲା କାଳ, ପିକଅପ ଭ୍ୟାନ ଓଲଟି ଜଣେ ମୃତ ୭ ଗୁରୁତର

ଫଳରେ ପିକଅପ ଭ୍ୟାନରେ ବସିଥିବା ଲୋକଙ୍କ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଧର୍ମଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି । ଅନ୍ୟପକ୍ଷରେ ଧର୍ମଗଡ଼ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ କୁଟୁରୁ ଗାଁର ହାତୀରରାମ ରାଉତ ବୋଲି ପୋଲିସ ସୂଚନା ଦେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details