ଭବାନୀପାଟଣା: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରେ। ଗତକାଲି ବିଳମ୍ବିତ ରାତିରେ ଘରେ ଛାଡି ଦେବି କହି ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଯୁବତୀ ଜଣକ ଚମାର ପଡା ଛକରେ ଥିବା ନିଜ ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ। ଏହି ସମୟରେ ପଡୋଶୀ ରାକେଶ ନାୟକ ମୋଟର ସାଇକେଲରେ ଆସି ଘରେ ଛାଡି ଦେବି ବୋଲି କହିଥିଲା । ହେଲେ ଗାଡିରେ ବସାଇ ତୁଜୁଙ୍ଗ ଆଡକୁ ନେବା ସହ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିବା ସହ ନାନା ଅତ୍ୟାଚାର କରିଥିବା ପୀଡିତା ଜଣକ ଅଭିଯୋଗ କରିଛନ୍ତି ।