ଭବାନୀପାଟଣା:ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟମାନେ ୧୦ ଦିନ ପାଇଁ କଳାବ୍ୟାଚ ପରିଧାନ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ୧୧୧ ଜଣ କାର୍ଯ୍ୟରତ ଫାର୍ମାସିଷ୍ଟ କଳା ବ୍ୟାଚ୍ ପରିଧାନ ପୂର୍ବକ ନିରବ ପ୍ରତିବାଦ ଜଣାଇଛନ୍ତି ।
ଅଭିଯୋଗ ଅନୁଯାୟୀ, ଫାର୍ମାସିଷ୍ଟମାନେ ସର୍ବଦା ସରକାରଙ୍କ ନିର୍ଦ୍ଦେଶ ମାନି ସୁଚାର ରୂପେ ନିଜର କାର୍ଯ୍ୟ ତୁଳାଇ ଆସୁଛନ୍ତି । ଏପରିକି କୋରୋନା ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଆସୁଛନ୍ତି ।