ଭବାନୀପାଟଣା :ଘାଟିରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର । ଏଭଳି ଘଟଣା ଘଟିଛି କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଥିବା ଆମପାଣି ଘାଟିରେ । ଫଳରେ କଳାହାଣ୍ଡି ଓ ନବରଙ୍ଗପୁର ମଧ୍ୟରେ ଯାତାୟତ ଠପ୍ । ସୂଚନା ଅନୁଯାୟୀ ପାରାଦ୍ୱୀପରୁ ବୋରିଗୁମ୍ମାକୁ ପେଟ୍ରୋଲ ନେଇ ଯାଉଥିବା ଏକ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଆମପାଣି ଘାଟିରେ ଓଲଟି ପଡିଥିଲା ।
ଟ୍ୟାଙ୍କରଟି ଓଲଟିବାରୁ ସମସ୍ତ ପେଟ୍ରୋଲ ବାହାରକୁ ବୋହି ଯାଇଛି । ଖବରପାଇ ଘଟଣାସ୍ଥଳରେ ଆମପାଣି ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଭୟ ପଟରୁ ସମସ୍ତ ଯାନବାହନକୁ ଅଟକାଇଥିଲେ । ଏହାସହ ଅଞ୍ଚଳରେ ନିଆଁ ନଲଗାଇବା ସହ ଘଟଣାସ୍ଥଳରେ ମୋବାଇଲ ଫୋନ ବ୍ୟବହାର କରିବା ଉପରେ ମଧ୍ୟ ବାରଣ କରିଥିଲା ଅଗ୍ନିଶମ ବିଭାଗ ।