ଲକଡାଉନର ପ୍ରଭାବ, ଜରୁରୀ ସେବାକୁ ଛାଡି ସବୁ ବନ୍ଦ - କଳାହାଣ୍ଡିରେ ଜରୁରୀ ସେବାକୁ ଛାଡି ସବୁ ବନ୍ଦ
କଳାହାଣ୍ଡି ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
ଭବାନୀପାଟଣା:ରାଜ୍ୟରେ ଆରମ୍ଭ ତାଲାବନ୍ଦ । ହୁହୁ ହୋଇ ବଢି ଚାଲିଥିବା ସଂକ୍ରମଣ ଚେନକୁ ରୋକିବା ପାଇଁ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ଠାରୁ ଅର୍ଥାତ ମେ ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । କେବଳ ନିର୍ଦ୍ଦିଷ୍ଟ କିଛି ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ତେବେ ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲା ସମେତ ଭବାନୀପାଟଣାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନଥିବା ଦେଖିବାକୁ ମିଳିଛି ।