ଓଡିଶା

odisha

ETV Bharat / state

ଆସୁଛି ବର୍ଷା: ଭବାନୀପାଟଣାରେ ସୁଧୁରିନି ଡ୍ରେନ ସମସ୍ୟା, ନିଦରେ ଶୋଇଛି ପ୍ରଶାସନ ! - କଳାହାଣ୍ତି ଖବର

ରାସ୍ତା ଉପରେ ଲହଡି ଭାଙ୍ଗୁଛି ଡ୍ରେନ ପାଣି । ଗନ୍ଧରେ ଫାଟି ପଡୁଛି ନାକ । ମୁକୁଳା ପଡିଛି ଏକାଧିକ ଡ୍ରେନ । ଅସ୍ବାସ୍ଥ୍ୟକର ପରିବେଶ ଭିତରେ ନିଇତି ଦହଗଞ୍ଜ ହେଉଛନ୍ତି ଭବାନୀପାଟଣାର କାଳୀ ମନ୍ଦିର ପଡାବାସୀ । ଅଧିକ ପଢନ୍ତୁ

ଆସୁଛି ବର୍ଷା;ଭବାନୀପାଟଣାରେ ସୁଧୁରିନି ଡ୍ରେନ ସମସ୍ୟା
ଆସୁଛି ବର୍ଷା;ଭବାନୀପାଟଣାରେ ସୁଧୁରିନି ଡ୍ରେନ ସମସ୍ୟା

By

Published : May 18, 2022, 4:58 PM IST

ଭବାନୀପାଟଣା:କଳାହାଣ୍ତି ଜିଲ୍ଲାରେ ଠପ ହୋଇ ପଡିଛି ପରିମଳ ବ୍ୟବସ୍ଥା । କାହିଁକିନା ଏଠି ରାସ୍ତା ମଝିରେ ଲହଡି ମାରୁଛି ଡ୍ରେନ ପାଣି । କେବଳ ବର୍ଷା ସମୟରେ ରାସ୍ତା ଉପରେ ଡ୍ରେନେଜ ପାଣି ଲହଡି ଭାଙ୍ଗେ ତାହା ନୁହେଁ ବରଂ ଏଠି ବର୍ଷ ତମାମ ଡ୍ରେନେଜ ସମସ୍ୟା ଭୋଗୀ ଥାନ୍ତି ସହରବାସୀ । ଆଗକୁ ବର୍ଷା ଦିନ ହେଲେ କୁମ୍ଭକର୍ଣ୍ଣ ନିଦ୍ରାରେ ଭବାନୀପାଟଣା ପୌର ପରିଷଦ । ସ୍ୱଚ୍ଛ ଭାରତ ମିଶନ ଗୋଟିଏ ପାଦ ସ୍ୱଚ୍ଛତା ଆଡ଼କୁ ଏଭଳି କିଛି ସ୍ଲୋଗାନ ନେଇ ସରକାର ସ୍ୱଚ୍ଛ ଓ ପରିମଳ ସହର ନିର୍ମାଣ କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ କଳରେ ବସିଥିବା ବଡ଼ବଡ଼ିଆ ସରକାରୀ ବାବୁଙ୍କ ଅବହେଳା ଯୋଗୁଁ ଏଠି ପ୍ରହସନ ପାଲଟିଛି ସ୍ୱଚ୍ଛ ପରିମଳ ସହରର ସ୍ଲୋଗାନ।

ଆସୁଛି ବର୍ଷା;ଭବାନୀପାଟଣାରେ ସୁଧୁରିନି ଡ୍ରେନ ସମସ୍ୟା


ଟିକିଏ ନଜର ପକାନ୍ତୁ ଏହି ଚିତ୍ର ଉପରେ ଏ ଦୃଶ୍ୟଟି ହେଉଛି ସହରର କାଳୀ ମନ୍ଦିର ପଡାର । ଦୀର୍ଘ ଦିନ ଧରି ଡ୍ରେନେଜ ମରାମତି ହେଉନଥିବାରୁ ଡ୍ରେନେଜ ମାଟିରେ ପୋତି ହୋଇ ଗଲାଣି। ଫଳରେ ରାସ୍ତା ଉପରେ ଡ୍ରେନେଜ ପାଣି ଯାଉଥିବା ବେଳେ ଲୋକଙ୍କ ଘର ଭିତରକୁ ମଧ୍ୟ ପ୍ରବେଶ କରୁଛି ଡ୍ରେନେଜ ପାଣି। ଆଉ ସ୍ୱଳ୍ପ ବର୍ଷା ହେଲେ ସ୍ଥିତି ଅସମ୍ଭାଳ ହୋଇ ପଡୁଛି।

କେବଳ ଯେ ଏହି ଗୋଟିଏ ସ୍ଥାନର ନୁହେଁ ସହରର ମନ୍ଦାର ବଗିଚା ପାଡାରେ ମଧ୍ୟ ସମାନ ଅବସ୍ଥା । ପୌର ବିଭାଗ ପକ୍ଷରୁ କିଛି ଦିନ ତଳେ ଏଠାରେ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଅଧାପନ୍ତରିଆ ଅବସ୍ଥାରେ କାମ ବନ୍ଦ ହେବା ଯୋଗୁଁ ଏଠି ରାସ୍ତା ଉପରେ ଡ୍ରେନେଜ ପାଣି ପ୍ରବାହିତ ହେଉଛି।

ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ବାରମ୍ବାର ପୌର ବିଭାଗ ନିକଟରେ ଅଭିଯୋଗ ପରେ ମଧ୍ୟ ପୌର ବିଭାଗ କର୍ଣ୍ଣପାତ ନ କରିବାରୁ କିଛି ସହରବାସୀ ଲୋକ ଅଦାଲତରେ ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ ପୌର ଅଧ୍ୟକ୍ଷାଙ୍କୁ ପଚାରିବାରୁ ପ୍ରତ୍ୟେକ ଦିନ ସହରରେ ସଫେଇ କାର୍ଯ୍ୟ ଚାଲୁଥିବା ବେଳେ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ପୌର ବିଭାଗ ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିବା ସେ ପ୍ରକାଶ କରିଛନ୍ତି।


କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details