ଓଡିଶା

odisha

ନିଯୁକ୍ତି ନାଁରେ ସାମାଜିକ ଦୂରତ୍ୱକୁ ଆଶାୟୀଙ୍କ ବେଖାତିର

By

Published : Jul 19, 2020, 4:45 PM IST

ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କିଛି ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି ସରକାର। ସରକାରଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ସବୁ ନିଆଯାଇଛି। ତେବେ ଲୋକଙ୍କ ଆବଶ୍ୟକତାକୁ ଦେଖି କିଛି ମାତ୍ରାରେରେ ସହର ବଜାର ସହ ବ୍ୟାଙ୍କ ପ୍ରତିଷ୍ଠାନ ମାନେ ଖୋଲା ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ସବୁ ହାତକୁ ନିଆଯାଉଛି। କିନ୍ତୁ ନିଯୁକ୍ତି ନାମରେ ଲୋକ ସାମାଜିକ ଦୂରତ୍ବ ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳିଛି ।

social distancing
ନିଯୁକ୍ତି ନାଁରେ ସାମାଜିକ ଦୂରତ୍ୱକୁ ଲୋକଙ୍କ ବେଖାତିର

ଭବାନୀପାଟଣା: ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କିଛି ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି ସରକାର। ସରକାରଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ସବୁ ନିଆଯାଇଛି। ତେବେ ଲୋକଙ୍କ ଆବଶ୍ୟକତାକୁ ଦେଖି କିଛି ମାତ୍ରାରେରେ ସହର ବଜାର ସହ ବ୍ୟାଙ୍କ ପ୍ରତିଷ୍ଠାନ ମାନେ ଖୋଲା ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ସବୁ ହାତକୁ ନିଆଯାଉଛି। କିନ୍ତୁ ନିଯୁକ୍ତି ନାମରେ ଲୋକ ସାମାଜିକ ଦୂରତ୍ବ ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳିଛି ।

ନିଯୁକ୍ତି ନାଁରେ ସାମାଜିକ ଦୂରତ୍ୱକୁ ଲୋକଙ୍କ ବେଖାତିର

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଏନଏମ, ଜିଏନଏମ ଓ ଫାର୍ମାସିଷ୍ଟ ଭଳି ପଦବୀର କାଗଜ ପତ୍ର ଯାଞ୍ଚ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ସଭାଗୃହ ସମ୍ମୁଖରେ ପ୍ରାର୍ଥୀଙ୍କ ଭିଡ଼ ଜମିଛି । ଏମାନଙ୍କ ମୁହଁରେ ମାକ୍ସ ଅଛି ସତ ହେଲେ ଏମାନଙ୍କ ଭିତରେ କେତେ ରହିଛି ସାମାଜିକ ଦୂରତ୍ୱ ତାହା ଏ ଦୃଶ୍ୟ ହିଁ କହୁଛି। ଆଉ ଏ ଦୃଶ୍ୟ ହିଁ ବୟାନ କରୁଛି ମାକ୍ସ ପିନ୍ଧା ମଣିଷମାନେ କେତେ ସଚେତନ ।

ସାମାଜିକ ଦୂରତ୍ୱ କଥା ପଛେ ଥାଉ ଗୋଟିଏ ପାଖେ ଗହଳି କରି କିଏ ରୁଣ୍ଡ ହୋଇ ଠିଆ ହୋଇଛି ତ ଆଉ କେତେ ଜଣ ଗେଟ ସାମ୍ନାରେ ଠେଲାପେଲା ହୋଇ ଯିବା ଆସିବା କରୁଛନ୍ତି। ଯାହା ପରୋକ୍ଷରେ ରୋଗ ସଂକ୍ରମଣର କାରଣ ମଧ୍ୟ ସାଜୁଛି।

ଯଦିଓ ଏଯାଏଁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହୁଛି ତେବେ ଏଭଳି ସ୍ଥିତି ଆସନ୍ତା ଦିନରେ ରୋଗୀ ସଂଖ୍ୟା ବୃଦ୍ଧି ସହ ଗୋଷ୍ଠୀ ସଂକ୍ରମଣର କାରଣ ବି ସାଜିପାରେ। ଏନେଇ ପ୍ରଶାସନିକ ପଦକ୍ଷେପ ସହ ଲୋକେ ସଚେତନ ହେବା ଜରୁରୀ। ସାଧାରଣ ଲୋକଙ୍କୁ କୋରୋନା ମୁକାବିଲା ନେଇ ସଚେତନତାର ବାର୍ତ୍ତା ଦେଉଥିବା ସ୍ୱାସ୍ଥ୍ୟ ବିଭାଗ ଯଦି ଏଭଳି ମନୋଭାବ ଦେଖାଏ ତେବେ ସାଧାରଣ ଲୋକଙ୍କ ସୁରକ୍ଷା କଥା ଏଠି କିଏ ପଚାରେ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details