ଭବାନୀପାଟଣା: ବିଜୁଳି ସେବାକୁ ନେଇ କଳାହାଣ୍ଡି ଭବାନୀପାଟଣା ସହରରେ ବଢିବାରେ ଲାଗିଛି ଜନ ଅସନ୍ତୋଷ । ବାରମ୍ବାର ବିଦ୍ୟୁତ କାଟକୁ ବିରୋଧ କରି ପୁଣି ବିଦ୍ୟୁତ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ଉପଭୋକ୍ତା । ବିଦ୍ୟୁତ ସେବାରେ ସୁଧାର ନ ଆସିଲେ ଆଗକୁ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଉପଭୋକ୍ତା ସଂଘ ଚେତାବନୀ ଦେଇଛି ।
ଗତ ସପ୍ତାହ ତଳେ ତମାମ ଭବାନୀପାଟଣା ସହରରେ ଅଘୋଷିତ ବିଦ୍ୟୁଟ କାଟ ଓ ଅହେତୁକ ବିଜୁଳି ଦର ବୃଦ୍ଧି ଯୋଗୁଁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଜିଲ୍ଲା ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା । ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଏବଂ କିଛି ଦିନ ପର୍ଯ୍ୟନ୍ତ ବିଜୁଳି ସେବା ଠିକ ରହିଥିଲା ।