ଓଡିଶା

odisha

ETV Bharat / state

ଚିକିତ୍ସା ଅବହେଳାରୁ ଆଶା କର୍ମୀଙ୍କ ମୃତ୍ୟୁ ଅଭିଯୋଗ - ଚିକିତ୍ସା ଅବହେଳାରୁ ଆଶା କର୍ମୀଙ୍କ ମୃତ୍ୟୁ ଅଭିଯୋଗ

ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ । ଜଣେ ଆଶା କର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଚିକିତ୍ସା ଅବହେଳାରୁ ଆଶା କର୍ମୀଙ୍କ ମୃତ୍ୟୁ ଅଭିଯୋଗ
ଚିକିତ୍ସା ଅବହେଳାରୁ ଆଶା କର୍ମୀଙ୍କ ମୃତ୍ୟୁ ଅଭିଯୋଗ

By

Published : Jan 22, 2022, 8:31 PM IST

ଭବାନୀପାଟଣା :ଚିକିତ୍ସା ଅବହେଳାରୁ ଆଶାକର୍ମୀଙ୍କ ମୃତ୍ୟୁ ଅଭିଯୋଗ । ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ହୋଇଥିବା ନେଇ ଅଭିଯୋଗ ହୋଇଛି । ଅବହେଳା କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ଚିକିତ୍ସା ଅବହେଳାରୁ ଆଶା କର୍ମୀଙ୍କ ମୃତ୍ୟୁ ଅଭିଯୋଗ

ମୃତକ ଜଣକ ହେଲେ ବେହେରା ନିକଟସ୍ଥ ଟେଣାପାଳି ଗାଁର ସୁମିତ୍ରା ରାଉତ । ସୂଚନା ଅନୁଯାୟୀ ସୁମିତ୍ରାଙ୍କୁ ଶୁକ୍ରବାର ସନ୍ଧ୍ୟା ୫ଟା ସମୟରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗର୍ଭ ଯନ୍ତ୍ରଣା ହୋଇଥିଲେ ସୁଦ୍ଧା ଡାକ୍ତର ଦେଖିନଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଏହାବି ପଢନ୍ତୁ :Panchayat Election: ନିରଞ୍ଜନ କହିଲେ ସବୁ ଜିଲ୍ଲାରେ ଭଲ ପ୍ରଦର୍ଶନ କରିବ କଂଗ୍ରେସ

ବିଳମ୍ବିତ ରାତିରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ପରିବାର ଲୋକେ ଧର୍ମଗଡରୁ ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିବା ସମୟରେ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିଲା । ସେପଟେ ସୁମିତ୍ରା ଜଣେ ଆଶା କର୍ମୀ ହୋଇଥିଲେ ମଧ୍ୟ ଚିକିତ୍ସା ଅବହେଳା କରାଯାଇଥିବା ନେଇ ଆଜି(ଶନିବାର) ଜିଲ୍ଲା ଆଶା କର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହାସହ ରାସ୍ତା ଉପରେ ମୃତଦେହ ରଖି ଧର୍ମଗଡ଼ ରାୟପୁର ଜାତୀୟ ରାଜପଥ ଅବରୋଧ ମଧ୍ୟ କରାଯାଇଥିଲା ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details