ଓଡିଶା

odisha

ETV Bharat / state

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, କଳାହାଣ୍ଡି ହସ୍ପିଟାଲରେ ଉତ୍ତେଜନା - କଳାହାଣ୍ଡି ହସ୍ପିଟାଲରେ ଉତ୍ତେଜନା

ଚିକିତ୍ସା ଅବହେଳାରୁ ରୋଗୀ ମୃତ ଅଭିଯୋଗ । ମେଡ଼ିକାଲରେ ଉତ୍ତେଜନା। ଡାକ୍ତରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢ଼ନ୍ତୁ

ଚିକିତ୍ସା ଅବହେଳାରୁ ରୋଗୀ ମୃତ ଅଭିଯୋଗ
ଚିକିତ୍ସା ଅବହେଳାରୁ ରୋଗୀ ମୃତ ଅଭିଯୋଗ

By

Published : May 7, 2023, 5:06 PM IST

ଚିକିତ୍ସା ଅବହେଳାରୁ ରୋଗୀ ମୃତ ଅଭିଯୋଗ

ଭବାନୀପାଟଣା: ଚିକିତ୍ସା ଅବହେଳାରୁ ରୋଗୀ ମୃତ ହୋଇଥିବା ଅଭିଯୋଗ । ମେଡ଼ିକାଲରେ ଉତ୍ତେଜନା । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସରରେ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ଗାଁର ୧୭ ବର୍ଷୀୟ ଯୁବତୀ ହେପ ପଟେଲଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଗତକାଲି(ଶନିବାର) ସନ୍ଧ୍ୟାରେ ହେପ ପଟେଲକୁ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।

ଏହା ବି ପଢ଼ନ୍ତୁCyclone Mocha: ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ମୃତ ହେପ ପଟେଲଙ୍କ ପିତା ତୁଳସୀ ରାମଙ୍କ ଅଭିଯୋଗ ଆନୁଯାୟୀ,‘‘ମୁଖ୍ୟ ଚିକିତ୍ସାଳୟ ଡାକ୍ତର ତାଙ୍କ ଝିଅକୁ ଚିକିତ୍ସା ନକରି ଦାୟିତ୍ବରେ ଥିବା ନର୍ସଙ୍କୁ ରକ୍ତ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ରକ୍ତ ପରୀକ୍ଷା କରାଇବା ପରେ ମଧ୍ୟ ଡାକ୍ତର ଆସି ରୋଗୀଙ୍କୁ ଦେଖିନଥିଲେ । ଫଳରେ ବିଳମ୍ବିତ ରାତିରେ ତାଙ୍କ ଝିଅ ଦେହ ଅସୁସ୍ଥ ହେବାରୁ ସେ ନର୍ସଙ୍କୁ ଜଣାଇଥିଲେ । କିନ୍ତୁ ଡାକ୍ତର ବାବୁ ଚିକିତ୍ସା କରିବା ପାଇଁ ନଆସିବାରୁ ତାଙ୍କ ଝିଆର ଜୀବନ ଚାଲି ଯାଇଛି ।’’

ପରେ ପରିବାର ଲୋକେ ଏବଂ ସମ୍ପର୍କୀୟ ଡାକ୍ତରଙ୍କ ଅବହେଳା ଯୋଗୁଁ ଯୁବତୀଙ୍କ ମୃତ୍ୟ ହୋଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ସଂପୃକ୍ତ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ମୃତଦେହ ଗାଁକୁ ନେବେ ନାହିଁ ବୋଲି ପରିବାର ଲୋକେ ଅଡ଼ି ବସିଥିଛନ୍ତି ।

ସମାଜସେବୀ ମିଳନ ମୁଣ୍ଡ କହିଛନ୍ତି,"ଖବର ପାଇ ମେଡ଼ିକାଲରେ ପହଞ୍ଚି ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲୁ । ମାତ୍ର ସେ କିଛି ବି କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।" ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ ଅନେକ ବାର ଏପରି ଘଟଣା ଘଟିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭବାନୀପାଟଣା

ABOUT THE AUTHOR

...view details