ଓଡିଶା

odisha

ETV Bharat / state

ସୁଧୁରୁନି ଅବ୍ୟବସ୍ଥା, ଖଟିଆରେ ବୁହା ହେଲେ ରୋଗୀ - ପୁଣି ଖଟିଆରେ ବୁହା ହେଲେ ରୋଗୀ

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବାଡ଼ାପଦର ଗାଁରେ ପୁଣି ଖଟିଆରେ ବୁହା ହେଲେ ରୋଗୀ ।

ପୁଣି ଖଟିଆରେ ବୁହା ହେଲେ ରୋଗୀ
ପୁଣି ଖଟିଆରେ ବୁହା ହେଲେ ରୋଗୀ

By

Published : Dec 30, 2019, 1:43 PM IST

ଭବାନୀପଟଣା: ପୁଣି ଖଟିଆରେ ବୁହା ହେଲେ ରୋଗୀ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବାଡ଼ାପଦର ଗାଁରେ ନାହିଁ ରାସ୍ତାଟିଏ । ଶେଷରେ ଏହି ଗାଁର ରୁନିଆ ବେନିଆଁଙ୍କୁ 6 କିମି ଯାଏଁ ଖଟିଆରେ ବୋହି ନେଲେ ଡାକ୍ତରଖାନା ।

ପୁଣି ଖଟିଆରେ ବୁହା ହେଲେ ରୋଗୀ

ସୂଟଚା ଅନୁସାରେ କିଛିଦିନ ହେବ ଜ୍ବରରେ ପୀଡିତ ଥିଲେ ରୁନିଆ । ଶେଷରେ ରୁନିଆଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । ଏହି ଗାଁରେ ଭଲ ରାସ୍ତାଟିଏ ନଥିବାରୁ ଆସିପାରିନାହିଁ ଆମ୍ବୁଲାନ୍ସ । ଗାଁ ଲୋକେ ମିଶି ରୁନିଆଙ୍କୁ ଖଟରେ ବୋହି ୬ କିଲୋମିଟର ଦୂର ମାର୍ଦାଜର ପର୍ଯ୍ୟନ୍ତ ଆଣିଲେ ।

ସେଠାରୁ ଆମ୍ବୁଲାନ୍ସ ଯୋଗେ ରାମପୁର ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଅଞ୍ଚଳରେ ବାରମ୍ବାର ଏହି ଦୃଶ୍ୟ ଦେଖିବାକୁ ମିଳୁଛି। ତଥାପି ପ୍ରଶାସନର ନିରବଦ୍ରଷ୍ଟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏପରି ଅପହଞ୍ଚ ଇଲାକା ପ୍ରତି କେବେ ସରକାରଙ୍କ ନଜର ପଡିବ ତାକୁ ହିଁ ଅପେକ୍ଷା ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details