ଓଡିଶା

odisha

By

Published : Mar 20, 2022, 9:36 PM IST

ETV Bharat / state

ଉପାନ୍ତ ଅଞ୍ଚଳରେ ବିକାଶର ବିକଳ ଚିତ୍ର: ପୁଣି ଖଟିଆରେ ବୁହା ହେଲେ ରୋଗୀ

ଉପାନ୍ତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର । ରାସ୍ତା ନ ଥିବାରୁ ଖଟିଆରେ ବୁହାହେଲେ ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳ ଲାଞ୍ଜିଗଡ଼ ବ୍ଲକର ମନସ୍ତରା ଗାଁରେ । ଅଧିକ ପଢନ୍ତୁ

ଉପାନ୍ତ ଅଞ୍ଚଳରେ ବିକାଶର ବିକଳ ଚିତ୍ର : ପୁଣି ଖଟିଆରେ ବୁହା ହେଲେ ରୋଗୀ
ଉପାନ୍ତ ଅଞ୍ଚଳରେ ବିକାଶର ବିକଳ ଚିତ୍ର : ପୁଣି ଖଟିଆରେ ବୁହା ହେଲେ ରୋଗୀ

ଭବାନୀପାଟଣା :ଉପାନ୍ତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର । ରାସ୍ତା ନ ଥିବାରୁ ଖଟିଆରେ ବୁହାହେଲେ ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳ ଲାଞ୍ଜିଗଡ଼ ବ୍ଲକର ମନସ୍ତରା ଗାଁରେ ।

ଉପାନ୍ତ ଅଞ୍ଚଳରେ ବିକାଶର ବିକଳ ଚିତ୍ର : ପୁଣି ଖଟିଆରେ ବୁହା ହେଲେ ରୋଗୀ

ସୂଚନା ଅନୁସାରେ, ମନସ୍ତରା ଗାଁର ଚୈତନ୍ୟ ମାଝୀଙ୍କ ଝିଅ ସସ୍ମିତା ମାଝୀ । ଆଜି (ରବିବାର) ସଂନ୍ଧ୍ୟା ସମୟରେ ଗଛରୁ ପଡି ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ରାସ୍ତା ଖରାପ ଥିବାରୁ ଠିକଣାସ୍ଥାନରେ ପହଞ୍ଚି ପାରି ନ ଥିଲା ଆମ୍ବୁଲାନ୍ସ ।

ଫଳରେ ଗ୍ରାମବାସୀ ତାଙ୍କୁ ୧୦ କିଲୋମିଟର ଖଟିଆରେ ବୋହି ବେଡାଗାଁକୁ ନେଇଥିଲେ । ସେଠାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କଲାପରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ପରେ ଗ୍ରାମବାସୀ ଆମ୍ବୁଲାନ୍ସ ସାହାଯ୍ୟରେ ରୋଗୀକୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡିଛି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details