ଓଡିଶା

odisha

By

Published : May 30, 2021, 9:02 PM IST

ETV Bharat / state

କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ପାର୍ଲର ସିଲ କଲା ପୋଲିସ

ପାର୍ଲର ସିଲ୍ କଲା ପୋଲିସ । କୋଭିଡ ନିୟମ ଭାଙ୍ଗି ଚାଲିଥିଲା ମେନ୍ସ ପାର୍ଲର । ଅଧିକ ପଢନ୍ତୁ...

କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ପାର୍ଲରକୁ ସିଲ କଲା ପୋଲିସ
କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ପାର୍ଲରକୁ ସିଲ କଲା ପୋଲିସ

ଭବାନୀପାଟଣା:କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ଭବାନୀପାଟଣା ସହରରେ ଥିବା ପାର୍ଲର ସିଲ୍ କଲା ପୋଲିସ । କଳାହାଣ୍ଡି ଜିଲ୍ଲାରେ କୋରୋନା କାୟା ବିସ୍ତାର କରୁଥିବା ବେଳେ ଲକଡାଉନ ସହ ସପ୍ତାହନ୍ତ ସଟଡାଉନ ଜାରି ରହିଥିବାବେଳେ ନିୟମକୁ କଡାକଡି କରାଯାଇଛି ।

କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ପାର୍ଲରକୁ ସିଲ କଲା ପୋଲିସ

ଭବାନୀପାଟଣା ସହରର ଘୋଡାଘାଟ ଛକ ନିକଟରେ ଥିବା ଏକ ମେନ୍ସ ପାର୍ଲର ଲକଡାଉନ ସମୟରେ ଖୋଲା ଥିବା ନେଇ ଅଭିଯୋଗ ହେବା ପରେ ଭବାନୀପାଟଣା ଟାଉନ ପୋଲିସ ପକ୍ଷରୁ ସମ୍ପୃକ୍ତ ଦୋକାନକୁ ସିଲ କରାଯାଇଛି ।

ତେବେ ରାଜ୍ୟ ସମେତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କ । ତେବେ ଏମିତି କିଛି ଅମାନିଆ ବ୍ୟବସାୟୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧି ପାଉଥିବାର ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details