ଓଡିଶା

odisha

ETV Bharat / state

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି: ସ୍କୁଲରେ ତାଲା ପକାଇଲେ ଆନ୍ଦୋଳନରତ ଅଭିଭାବକ - ବେହେରା ନୋଡାଲ ପ୍ରାଥମିକ ବିଦ୍ୟାଳୟ

କଳାହାଣ୍ଡି ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଲେ ଅଭିଭାବକ । ଅଧିକ ପଢନ୍ତୁ

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି
ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି

By

Published : Oct 26, 2022, 10:28 PM IST

ଭାବନୀପାଟଣା: ଶିକ୍ଷକଙ୍କ ପାଇଁ ତାତିଲେ ଗ୍ରାମବାସୀ । ଶିକ୍ଷୟିତ୍ରୀଙ୍କୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ । କଳାହାଣ୍ଡି ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନିଷ୍ଠାନ ଗ୍ରହଣ ନକରିବା କାରଣରୁ ବିଦ୍ୟାଳୟରେ ତାଲାପକାଇ ରାସ୍ତାରୁ ଓହ୍ଲାଇଲେ ଅଭିଭାବକ ।

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି

ଏହା ମଧ୍ୟ ପଢନ୍ତୁ: Eenadu's Azadi Ka Amrit Mahotsav: ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ଇନାଡୁ ଗ୍ରୁପର ସ୍ୱତନ୍ତ୍ର ପ୍ରକାଶନ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ସୂଚନାଅନୁସାରେ, ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ରାଜକୁମାରୀ ନାଏକ ଦୀର୍ଘ ବର୍ଷ ଧରି ସ୍କୁଲରେ ରହି ବିଭିନ୍ନ ସମୟରେ ପିଲାଙ୍କ ମଧ୍ୟାନ ଭୋଜନରେ ଅନିୟମିତତା ଓ ହଷ୍ଟେଲ ଛାତ୍ରୀଙ୍କଙ୍କୁ ଦୁର୍ବ୍ୟବହାର ସହ ସରକାରଙ୍କ ପକ୍ଷରୁ ସ୍କୁଲକୁ ଆସୁଥିବା ବିଭିନ୍ନ ଯୋଜନରେ ଅନିୟମିତତା କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପୂର୍ବରୁ ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ କେହି କର୍ଣ୍ଣପାତ ନକରିବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଆଜି ସ୍କୁଲ ମୁଖ୍ୟ ଫାଟକରେ ତାଲା ଦେଇ ଆମରଣ ଅନଶନରେ ବସିଛନ୍ତି ସ୍କୁଲ କମିଟି ଓ ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ: କଟକରେ ନକଲି ଔଷଧ କାରବାର ମାମଲା, ଆଉ ୨ଜଣଙ୍କୁ ବାନ୍ଧିଲା ପୋଲିସ

ତୁରନ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବିରେ ଆମରଣ ଅନଶନରେ ବସିଛନ୍ତି ଗ୍ରାମବାସୀ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାବା ସମୟରେ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା । ପରେ ଘଟଣାସ୍ଥଳରେ ଧର୍ମଗଡ଼ ଉପଜିଲ୍ଲାପାଳ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଶିକ୍ଷୟତ୍ରୀଙ୍କ ବଦଳୀକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ମଧ୍ୟ ଗ୍ରାମବାସୀ ଆନ୍ଦୋଳନରେ ବସିଛନ୍ତି।

ଏନେଇ ଧର୍ମଗଡ ଉପଜିଲ୍ଲାପାଳ କହିଛନ୍ତି,"ଅଭିଭାବକମାନଙ୍କର ଅଭିଯୋଗକୁ ଆଧାରକରି ଆମେ ସମାଧାନ କରିବୁ । ସ୍କୁଲ ମ୍ୟାନେଜମେଣ୍ଟକୁ ନେଇ ଅସୁବିଧା ରହିଥିଲା । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ସୁଦ୍ଧା ସେମିତି କିଛି ତଥ୍ୟ ଆମେ ପାଇନାହୁଁ । ପରବର୍ତ୍ତି ସମୟରେ ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details