ଓଡିଶା

odisha

By

Published : Feb 22, 2022, 5:03 PM IST

ETV Bharat / state

ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ବାଲାଟ ବାକ୍ସରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲାଟ ବାକ୍ସରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ଅନୁଷ୍ଠିତ ହୋଇଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । ଅଧିକ ପଢ଼ନ୍ତୁ

ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ବାଲାଟ ବାକ୍ସରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ବାଲାଟ ବାକ୍ସରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଭବାନୀପାଟଣା: ବାଲାଟ ବାକ୍ସରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ଅନୁଷ୍ଠିତ ହୋଇଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । ଏଥିପାଇଁ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ବାଲାଟ ବାକ୍ସରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକର ୬ଟି ଜୋନ୍‌ରେ ହୋଇଥିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ସେହିଭଳି ଭବାନୀପାଟଣା ବ୍ଲକ୍‌ର ୪୪୧ଟି ବୁଥରେ ୧ ଲକ୍ଷ ୨୫ ହଜାର ୩୭୧ ଜଣ ଭୋଟର ମତ ସାବ୍ୟସ୍ତ କରିଥିବା ବେଳେ ଲାଞ୍ଜିଗଡ଼ ବ୍ଲକର ୩୦୬ ଟି ବୁଥ ରେ ୫୯ ହଜାର ୭୮୮ ଜଣ ମତଦାନ କରିଛନ୍ତି । ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ୫୩ ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ୨୦ ଟି ଅତି ସମ୍ବେଦନଶୀଳ ବୁଥ ମଧ୍ୟ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ଏଥିପାଇଁ ୧୦ଟି ମୋବାଇଲ ପେଟ୍ରୋଲିଂ ଟିମ୍‌ ଓ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ଭବାନୀପାଟଣା ବ୍ଲକର ୪୪୧ଟି ବୁଥରେ ୧ ହଜାର ୯୬ ଜଣ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ଲାଞ୍ଜିଗଡ଼ ବ୍ଲକରେ ୩୦୬ଟି ବୁଥରେ ୯୭୪ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ । ସକାଳ ୭ ମତଦାନ ଆରମ୍ଭ ହୋଇ ୧ଟାରେ ଶେଷ ହୋଇଛି । ଏଜେଣ୍ଟଙ୍କ ଉପସ୍ଥିତିରେ ପ୍ରାର୍ଥୀଙ୍କ ଭାଗ୍ୟ ବାଲାଟ ବାକ୍ସରେ ସିଲ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details