ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜନୀତି । ଗାଁଠୁ ସହର ଏବେ ଚାରିଆଡେ ନିର୍ବାଚନୀ ଆଲୋଚନା । କିଏ ଜିତିବ କିଏ ହାରିବ ତାକୁ ନେଇ ଚାଲିଛି ନେତାଙ୍କ ରାଜନୈତିକ ଅଙ୍କ କଷା । ଘର ଘର ବୁଲି ଭୋଟରଙ୍କୁ ମନାଇବା ପାଇଁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି ପ୍ରାର୍ଥୀ ।
Panchayat Polls: ସମସ୍ୟା ଘେରରେ ବଡକୂଟରୁ, ନିର୍ବାଚନ ପରେ ବଦଳିବ କି ସ୍ଥିତି ? - election campaigning in bada kuturu
କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜନୀତି । ବଡ଼ କୂଟରୁ ଗ୍ରାମରେ କଣ ରହିଛି ରାଜନୈତିକ ମାହୋଲ ସେ ଉପରେ ନଜର ପକାନ୍ତୁ ।
ଏହିପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକର ବଡ଼ କୂଟରୁ ପଞ୍ଚାୟତରେ ମଧ୍ୟ ସରଗରମ ହୋଇପଡିଛି ରାଜନୈତିକ ମାହୋଲ । ୧୨ ଟି ୱାର୍ଡକୁ ନେଇ ଗଠିତ ବଡ଼ କୂଟରୁ ଗ୍ରାମପଞ୍ଚାୟତ । ଏଠାରେ ୧୪୦୩ ଜଣ ପୁରୁଷ ଭୋଟର ଥିବା ବେଳେ ୧୩୯୧ ଜଣ ମହିଳା ଭୋଟର ରହିଛନ୍ତି । ବ୍ଲକର ଯେତେ ପୁରୁଣା ଏହି ପଞ୍ଚାୟତ ସେତିକି ପୁରୁଣା ଏଠାକାର ସମସ୍ୟା ।
ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଭଳି ଅନେକ ସମସ୍ୟା ନେଇ ଲୋକେ ଅଭିଯୋଗ କରିଛନ୍ତି । ବଡ଼ କୂଟରୁ ଠାରେ ମେଡ଼ିକାଲ ଥିଲେ ମଧ୍ୟ ଡାକ୍ତର ନ ଆସିବାରୁ ଭୂତ କୋଠି ପାଲଟିଛି ସ୍ବାସ୍ଥ୍ୟକେନ୍ଦ୍ର । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ସ୍ବାସ୍ଥ୍ୟ ସେବା ଏଠାକାର ମୁଖ୍ୟ ମୁଦ୍ଦା ହୋଇ ଥିବାବେଳେ ପ୍ରାର୍ଥୀ ସମସ୍ତ ସମସ୍ୟାର ସମାଧାନ ପାଇଁ ଦେଉଛନ୍ତି ପ୍ରତିଶ୍ରୁତି । ନିର୍ବାଚନରେ ବଡ଼ କୂଟରୁ ପଞ୍ଚାୟତ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ଭାବେ ନାମାନଙ୍କ ପତ୍ର ଦାଖଲ କରିଛନ୍ତି । ପ୍ରଚାରକୁ ଜୋରଦାର କରିବା ସହ ଭୋଟରଙ୍କୁ ଆକୃଷ୍ଟ ପାଇଁ ଚାଲିଛି ବଲ କଶାକଶି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ