ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପଞ୍ଚାୟତ ଅଧକ୍ଷ-ଅଧକ୍ଷା ସଙ୍ଘର ବିଧାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ। ଜିଲ୍ଲାର ଉନ୍ନୟନ କାର୍ଯ୍ୟରେ ସ୍ଥାନୀୟ ବିଧାୟକଙ୍କ ପ୍ରଶାସନ ମାଧ୍ୟମରେ ମାତ୍ରାଧିକ କ୍ଷମତା ପ୍ରୟୋଗ କାରଣରୁ ବ୍ଲକର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରିଛନ୍ତି ଏହି ଜନପ୍ରତିନିଧି।
କଳାହାଣ୍ଡିରେ ବିଧାୟକଙ୍କ ମନମାନୀ ଅଭିଯୋଗ, ପ୍ରଶାସନ ଆଗରେ ପଞ୍ଚାୟତ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ସଙ୍ଘର ଫେରାଦ - kalahandi administration
ଜିଲ୍ଲାର ଉନ୍ନୟନ କାର୍ଯ୍ୟରେ ସ୍ଥାନୀୟ ବିଧାୟକଙ୍କ ପ୍ରଶାସନ ମାଧ୍ୟମରେ ମାତ୍ରାଧିକ କ୍ଷମତା ପ୍ରୟୋଗ କାରଣରୁ ବାଧାପ୍ରାପ୍ତ ହେଉଛି ବ୍ଲକର ଉନ୍ନୟନ କାର୍ଯ୍ୟ । ଯାହାକୁ ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ଅଧକ୍ଷ ଓ ଅଧକ୍ଷା । ଅଧିକ ପଢନ୍ତୁ...
ପ୍ରଶାସନ ନିକଟରେ ଫେରାଦ ହେଲା କଳାହାଣ୍ଡି ଜିଲ୍ଲା ପଞ୍ଚାୟତ ଅଧକ୍ଷ ଅଧକ୍ଷା ସଙ୍ଘ
ଫଳରେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନଥିବା କାରଣରୁ ରାଜ୍ୟ ସରକାର ନିକଟରେ ୟୁଟିଲାଇଜେସନ ସାର୍ଟିଫିକେଟ ଦାଖଲ କରାଯାଉନାହିଁ। ଯାହା ଫଳରେ ବ୍ଲକ ସ୍ତରରେ ନୁଆ ଆର୍ଥିକ ଅନୁଦାନ ଆସିବାକୁ ବିଳମ୍ବ ହେଉଛି। ଏଣୁ ଜିଲ୍ଲା ପ୍ରଶାସନର ଉଚ୍ଚ ଅଧିକାରୀ ବିଧାୟକ ମାନଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ରୋକିବାକୁ ଏମାନେ ଅନୁରୋଧ କରିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ