ଓଡିଶା

odisha

ETV Bharat / state

ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ ପଞ୍ଚାନନ ଦୁରିଆ, ରାଜଧାନୀ ଶିକ୍ଷା ମଡେଲର ମେଣ୍ଟର ମନୋନୀତ - ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲର ମେଣ୍ଟର ପଞ୍ଚାନନ ଦୁରିଆ

ପଛୁଆ ବର୍ଗର ଜଣେ ଆଗୁଆ ଶିକ୍ଷକ ଭାବେ ପରିଚିତ ପଞ୍ଚାନନ ଦୁରିଆ ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲର ମେଣ୍ଟର ଭାବେ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ

Panchanan Duriya selected as the Mentor of Education Model
ପଞ୍ଚାନନ ଦୁରିଆ ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲର ମେଣ୍ଟର ମନୋନୀତ

By

Published : Sep 26, 2022, 1:24 PM IST

ଭବାନୀପାଟଣା:ପଞ୍ଚାନନ ଦୁରିଆ ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲର ମେଣ୍ଟର ଭାବେ ମନୋନୀତ ହୋଇଛନ୍ତି । ଶିକ୍ଷା ଏବେ ବ୍ୟବସାୟରେ ପରିଣତ ହୋଇଥିବାବେଳେ ଅଧ୍ୟାପକ ପଞ୍ଚାନନ ଦୂରିଆ ଶିକ୍ଷାକୁ ବୃତ୍ତି କରି ପିଲାଙ୍କୁ ନିଶୁଳ୍କ ଶିକ୍ଷା ପ୍ରଦାନ କରୁଛନ୍ତି । ପଛୁଆ ବର୍ଗର ଜଣେ ଆଗୁଆ ଶିକ୍ଷକ ଭାବେ ପରିଚିତ ହୋଇଛନ୍ତି ପଞ୍ଚାନନ ଦୁରିଆ । ଗତ ୧୦ ବର୍ଷ ହେବ ଇଂରାଜୀ ସପୋର୍ଟ ମିଶନ ନାମରେ ସେ ପିଲାଙ୍କୁ ଶୁକ୍ଳ ମୁକ୍ତ ଇଂରାଜୀ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ଏଥିପାଇଁ ସେ ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଏବେ ତାଙ୍କୁ ଦିଲ୍ଲୀରୁ ଡକରା ଆସିଛି ।

ପଞ୍ଚାନନ ଦୁରିଆ ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲର ମେଣ୍ଟର ମନୋନୀତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁରରେ ଜନ୍ମଗ୍ରହଣ କରିଥିବା ପଞ୍ଚାନନ ଦୁରିଆ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା କଲେଜର ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ଗ୍ରାମୀଣ ଇଲାକାରେ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା ଇଂରାଜୀ ଶିକ୍ଷାଦାନ ପାଇଁ ଗ୍ଲୋବାଲ ଟିଚର ରୋଲ ମଡେଲ ୨୦୧୯ ରେ ସମ୍ମାନୀତ ହୋଇଛନ୍ତି ପଞ୍ଚାନନ ଦୁରିଆ । ଡିଜିଟାଲ ଯୁଗରେ ଇଂରାଜୀ ଭାଷାର ଚାହିଦା ଦେଖି ବିଗତ ଦିନରେ ଏହା ଉପରେ ଗବେଷଣା କରି ତାଙ୍କ ମିଶନ ଆରମ୍ଭ କରିଛନ୍ତି । ମିଶନର ମୂଳ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳ ଓ ଗରିବ ପିଲାଙ୍କ ମଧ୍ୟରେ ଇଂରାଜୀ ଭାଷାକୁ ନେଇ ତାଙ୍କ ମନରେ ଥିବା ଭୟ ଦୂର କରିବା ସହ ତାଙ୍କୁ ଇଂରାଜୀ କହିବା ଦକ୍ଷତା ବଢେଇବା । ନିଜ ମାଟିର ଗ୍ରାମୀଣ ଯୁବକ ଯୁବତୀଙ୍କୁ ଇଂରାଜୀ ଶିକ୍ଷା ପାଇଁ ସେ ୨୦୧୩ରୁ ଅଭିଯାନ ଆରମ୍ଭ କରିଛନ୍ତି ।

ଏହା ବି ପଢନ୍ତୁ...ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ରାସ୍ତା ନଥିବାରୁ ଷ୍ଟ୍ରେଚରରେ ୨କିମି ବୁହାହେଲେ ଗର୍ଭବତୀ

ପଞ୍ଚାନନ ଦୁରିଆ ଦିଲ୍ଲୀ ସରକାରଙ୍କ ମେଣ୍ଟର ମନୋନୀତ ହେବା ଅଞ୍ଚଳ ସମେତ ଜିଲ୍ଲା ପାଇଁ ଗୌରବ ଆଣିଦେଇଛି । ଶିକ୍ଷା ମଡେଲ ପାଇଁ ଦିଲ୍ଲୀ ସରକାର ତାଙ୍କ ଦ୍ଵାରା ପରିଚାଳିତ ଶିକ୍ଷା ମଡେଲରେ ମେଣ୍ଟର ରୂପେ ମନୋନୀତ କରିଛନ୍ତି । ପଞ୍ଚାନନ ଦୂରିଆ ଦିଲ୍ଲୀ ସ୍କୁଲ ପିଲାଙ୍କୁ (ପ୍ରଥମରୁ ସ୍ନାତକ) ଇଂରାଜୀ ଶିକ୍ଷା ପ୍ରଦାନ କରିବେ । ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ତାଙ୍କୁ ବିଧିବଦ୍ଧ ଭାବେ ଯୋଗାଯୋଗ କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details