ଓଡିଶା

odisha

ETV Bharat / state

କ୍ଷେତରେ ଜଳିଗଲା ବର୍ଷକର ଧାନ, ଚାଷୀ ହତାଶ

ଚାଷୀ ହତାଶ । ଧାନ ଗଦାରେ ନିଆଁ ଲାଗି ଜଳିଗଲା ବର୍ଷକର କଷ୍ଟ ଉପାର୍ଜିତ ଧାନ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗାଁର ଚାଷୀ ହରନାଗ ବର୍ଷ ସାରା ପରିଶ୍ରମ କରି ନିଜର ୨ ଏକର ଜମିରେ ଧାନ ଉତ୍ପାଦନ କରି ଖଳାରେ ରଖିଥିଲେ । ଅଧିକ ପଢ଼ନ୍ତୁ

ଜଳିଗଲା ଚାଷୀଙ୍କ ବର୍ଷକର ଧାନ
ଜଳିଗଲା ଚାଷୀଙ୍କ ବର୍ଷକର ଧାନ

By

Published : Nov 24, 2022, 9:12 PM IST

ଭବାନୀପାଟଣା : ପେଟ ପାଇଁ ଦାନା ସଂଗ୍ରହ କରିବାକୁ ଚାଷୀକୁ ଅକ୍ଳାନ୍ତ ପରିଶ୍ରମ ସାଙ୍ଗକୁ ଧାରକରଜ କରିବାକୁ ପଡିଥାଏ । ବର୍ଷ ସାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷ କରିଥାଏ ଚାଷୀ । ହେଲେ ଧାନ ଗଦାରେ ନିଆଁ ଲାଗି ଜଳିଗଲା ବର୍ଷକର କଷ୍ଟ ଉପାର୍ଜିତ ଧାନ (Paddy burn) । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗାଁର ଚାଷୀ ହରନାଗ ବର୍ଷ ସାରା ପରିଶ୍ରମ କରି ନିଜର ୨ ଏକର ଜମିରେ ଧାନ ଉତ୍ପାଦନ କରି ଖଳାରେ ରଖିଥିଲେ (Paddy burn in Kalahandi )।

ଜଳିଗଲା ଚାଷୀଙ୍କ ବର୍ଷକର ଧାନ

ଆସନ୍ତା କାଲି ଜିଲ୍ଲାର ସମସ୍ତ ବ୍ଲକରେ ମଣ୍ଡି ଖୋଲିବାକୁ ଥିବା ବେଳେ ନିଜ ଧାନକୁ ପ୍ରସ୍ତୁତ କରି ମଣ୍ଡିକୁ ନେବା ପାଇଁ ନିଜ ବର୍ଷକର କଷ୍ଟ ଉପାର୍ଜିତ ଧାନକୁ ଖଳାରେ ରଖି ସଜବାଜ ହେଉଥିଲେ ଚାଷୀ ହର ନାଗ । ହେଲେ ଖଳାରେ ଧାନ ଥିବା ସମୟରେ କୌଣସି କାରଣରୁ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଫଳରେ ଚାଷୀଙ୍କ ସମସ୍ତ ଧାନ ଜଳିପୋଡି ପାଉଁଶ ହୋଇଯାଇଥିଲା ।

ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ସମ୍ପୂର୍ଣ୍ଣ ଜଳି ଯାଇଥିଲା ଧାନ । ନିକଟରେ ଅନେକ ଚାଷୀଙ୍କ ଧାନ ପଟୁକୁ ନିଆଁ ବ୍ୟାପୁ ଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲା । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଏବେ ସାଧାରଣରେ ଦାବି ହେଉଛି ।

ଧାନଗଦାରେ ନିଆଁ ଲାଗିବା ପରେ ଚାଷୀ ଆଖିରୁ ଲୁହ ଶୁଖୁନି । ଅନେକ ସ୍ବପ୍ନ ନେଇ ଚାଷୀ ଏହି ଧାନ ଉପାର୍ଜିତ କରିଥିଲା । ପାଖକୁ କିଛି ପଇସା ଆସିବ । ଧାରକରଜ ଶୁଝିବ । ପରିବାର ତାର ସୁଖରେ ଚଳିବ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ରାତି ପାହିଲେ ମଣ୍ଡିକୁ ନେଇ ନିଜ ଧାନ ବିକ୍ରି କରିଥାନ୍ତା ଚାଷୀ । ହେଲେ ହଠାତ ଧାନ ଗଦାରେ ନିଆଁ ଲାଗିଯିବାରୁ ସବୁ କିଛି ପୋଡି ପାଉଁଶ ହୋଇଯାଇଛି । ବର୍ଷ ସାରା ଧାର କରଜ କରି ଉପାର୍ଜନ କରିଥିବା କଷ୍ଟ ଉପାର୍ଜିତ ଧାନ ଜଳି ପାଉଁଶ ହେଇଯାଇଛି । ପୋଡ଼ି ଯାଇଥିବା ଧାନକୁ ଦେଖି ଆଖିରୁ ଲୁହ ଗଡ଼ାଉଛି ଚାଷୀ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details