ଓଡିଶା

odisha

By

Published : Jul 2, 2023, 12:36 PM IST

ETV Bharat / state

ଘରେ ପଶି ବନ୍ଧୁକ ମୁନରେ ଲୁଟ: ଲକ୍ଷାଧିକ ଟଙ୍କା, ସୁନାଗହଣା ନେଇ ଛୁ' ଲୁଟେରା

ଘରେ ପଶି ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଘଟଣାଟି ଘଟିଛି । ଅଧିକ ପଢନ୍ତୁ

ଘରେ ପଶି ବନ୍ଧୁକ ମୁନରେ ଲୁଟ
ଘରେ ପଶି ବନ୍ଧୁକ ମୁନରେ ଲୁଟ

ଘରେ ପଶି ବନ୍ଧୁକ ମୁନରେ ଲୁଟ

ଭବାନୀପାଟଣା:ରାତି ଅଧରେ ଘରେ ପଶି କଳାକନା ବୁଲାଇଲେ ଲୁଟେରା । ବନ୍ଧୁକ ମୁନରେ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ଛୁ' ମାରିଲେ । ଶନିବାର ବିଳମ୍ବିତ ରାତିର କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ସାଗଯୋର ଗାଁରେ ଏହି ସଶସ୍ତ୍ର ଡକାୟତି ହୋଇଛି । ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଗାଁର ଜୟନ୍ତ ଠାକୁରଙ୍କ ଘରୁ ୧ ଲକ୍ଷ ୭୨ ହଜାର ଟଙ୍କା ଓ ବହୁମୂଲ୍ୟ ଅଳଙ୍କାର ଲୁଟ୍ କରିଛନ୍ତି । ଏନେଇ ପରିବାର ପକ୍ଷରୁ ଜୟପାଟଣା ଥାନାରେ ଅଭିଯୋଗ କରାଯାଇଛି ।

ସୂଚନା ଅନୁଯାୟୀ, ସାଗଯୋର ଗାଁ ମୁଣ୍ଡରେ ନିଛାଟିଆରେ ଜୟନ୍ତ ଠାକୁରଙ୍କ ଘର ରହିଛି । ଏହାର ସୁଯୋଗ ନେଇ ସମସ୍ତେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତ ଜୟନ୍ତଙ୍କ ଘରେ ପଶିଥିଲେ । ସେମାନ ବନ୍ଧୁକ ଦେଖାଇ ପରିବାରର ସମସ୍ତ ସଦସ୍ୟକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଫଳରେ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ । ଏହାପରେ ଆଲମାରୀରେ ଥିବା ଦେଢ ଲକ୍ଷରୁ ଅଧିକ ନଗଦ ଟଙ୍କା ଓ ସୁନାଗହଣା ଲୁଟ୍ କରି ଫେରାର୍ ହୋଇଯାଇଥିଲେ ଦୁର୍ବୃତ୍ତ । ଏହାକୁ ନେଇ ପରିବାର ପକ୍ଷରୁ ସ୍ଥାନୀୟ ଜୟପାଟଣା ଥାନାରେ ଅଭିଯୋଗ ହୋଇଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତକୁ ଜୋରଦାର କରିଛି ପୋଲିସ । ତେବେ ଏ ଯାଏଁ ଲୁଟେରା ସମ୍ପର୍କରେ କୌଣସି ସୂଚନା ମିଳିଥିବାର ଖବର ହସ୍ତଗତ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ: ସାମାନ୍ୟ ବଚସାରୁ ରକ୍ତପାତ, ମଉସାକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା

ଏଠରେ ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ଗତ କିଛି ଦିନ ହେଲା ଚୋରି, ଡକାୟତି ଓ ରାହାଜାନି ବୃଦ୍ଧି ପାଇଥିବା ବେଳେ ପୋଲିସ ଉପରୁ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ଢିଲା ପାଟ୍ରୋଲିଂ ଓ ପୋଲିସ ପ୍ରଶାସନର ସ୍ୱତନ୍ତ୍ର ରଣନୀତି ଅଭାବ ଯୋଗୁଁ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଆତଙ୍କ ବଢୁଛି । ବିଶେଷକରି ଗ୍ରାମାଞ୍ଚଳ ମାନଙ୍କରେ ବଢୁଥିବା ଲୁଟ୍ ଘଟଣା ପୋଲିସର ନିଷ୍କ୍ରିୟତା ପଦାରେ ପକାଉଛି । ବିଭିନ୍ନ ସମୟରେ ଦୁର୍ବୃତ୍ତମାନେ ରାତି ଅଧରେ ଲୋକଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ଟଙ୍କା, ସୁନା ଗହଣା ଲୁଟି ନେଉଛନ୍ତି ।

ଏହାମଧ୍ୟ ପଢନ୍ତୁ: ନିଶା ମାଫିଆକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ, ବ୍ୟବସାୟିକ ଶତ୍ରୁତାରୁ ହତ୍ୟା

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details