ଓଡିଶା

odisha

ETV Bharat / state

ଅସହାୟ ପିଲାଙ୍କୁ ମିଳିଲା ପିଏମ୍ କେୟାର ସହାୟତା - କଳାହାଣ୍ଡି ପିଏମ୍ କେୟାର ଫଣ୍ଡ୍ ସହାୟତା

କଳାହାଣ୍ଡିରେ ଅସହାୟ ପିଲାଙ୍କୁ ମିଳିଲା ପିଏମ୍ କେୟାର ଫଣ୍ଡ୍ ସହାୟତା । ଭବାନୀପାଟଣା NIC ଭିଡିଓ କନଫରେନ୍ସ ହଲରେ ଭର୍ଚୁଆଲ ମୋଡରେ ଅର୍ଥ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଏବଂ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ କାର୍ଯ୍ୟକ୍ରମରେ ସାମିଲ । ଅଧିକ ପଢ଼ନ୍ତୁ

ଅନାଥ ପିଲାଙ୍କୁ ମିଳିଲା ପିଏମ୍ କେୟାର ସହାୟତା
ଅନାଥ ପିଲାଙ୍କୁ ମିଳିଲା ପିଏମ୍ କେୟାର ସହାୟତା

By

Published : May 30, 2022, 9:17 PM IST

Updated : May 30, 2022, 10:37 PM IST

ଭବାନୀପାଟଣା: ଅସହାୟ ପିଲାଙ୍କୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ସହାୟତା । ଭବାନୀପାଟଣାରେ ପିଏମ୍ କେୟାର ଫଣ୍ଡ୍ ଯୋଜନାର ହିତାଧକାରୀଙ୍କୁ ଭର୍ଚୁଆଲ ମୋଡରେ ସମବେଦନା ଜଣାଇବା ସହ ଅର୍ଥ ରାଶି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । କୋଭିଡ ମହାମାରୀରେ ଯେଉଁ ପିଲାମାନେ ନିଜର ପିତାମାତା କିମ୍ବା ପୋଷ୍ୟ ଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କୁ ବିଶେଷ ସହାୟତା ଓ ସୁରକ୍ଷା ଯୋଗାଇଦେବା ପାଇଁ ମେ ୨୯, ୨୦୨୧ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଏବଂ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ ଯୋଗ ଦେଇଥଲେ । କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ୧୦ ଜଣ ହିତାଧିକାରୀଙ୍କୁ ପାଠ ପଢି଼ ଭଲ ମଣିଷ ହେବାପାଇଁ ଅତିଥିମାନେ ପରାମର୍ଶ ଦେବା ସହ ସ୍ନେହପତ୍ର, ପାସ ବୁକ୍, ସ୍ବାସ୍ଥ୍ୟ କାର୍ଡ ଓ ସ୍କୁଲ ବ୍ୟାଗ୍ ପ୍ରଦାନ କରିଥିଲେ । ପିଏମ୍ କେୟାର ଫଣ୍ଡ୍ ଯୋଜନାରେ ଏଭଳି ଅସହାୟ ପିଲାମାନଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଇଥାଏ । ସେମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥାଏ । ଏହି ଯୋଜନାର ସୁବିଧା ପାଇବା ପାଇଁ ପିଲାମାନଙ୍କର ନାମକୁ pmcaresforchildren.in ରେ ପଞ୍ଜିକରଣ କରିବାକୁ ହୋଇଥାଏ ।

ଇଟିଭି ଭାରତ, କଳାହାଣ୍ଡି

Last Updated : May 30, 2022, 10:37 PM IST

ABOUT THE AUTHOR

...view details